ଦୁଇ ବାପାଙ୍କ କାହାଣୀ : ଜଣେ ନିର୍ଦ୍ଦୟ, ଜଣେ ଅସହାୟ ।

ଦୁଇ ବାପାଙ୍କ କାହାଣୀ : ଜଣେ ନିର୍ଦ୍ଦୟ, ଜଣେ ଅସହାୟ ।

କନକ ବ୍ୟୁରୋ : ବାପା । ଏହି ଶବ୍ଦଟି ଗୋଟିଏ ଛୁଆ ପାଇଁ ବହୁତ ମହତ୍ତ୍ୱ ରଖେ । କାରଣ ନିଜ ଛୁଆଙ୍କ ସୁଖ ପାଇଁ ସବୁବେଳେ ସୁବକିଛି ଛାଡିବାକୁ ପ୍ରସ୍ତୁତ ରହିଥାନ୍ତି ବାପା । କିନ୍ତୁ ବେଳେବେଳେ ‘ବାପା’ ରୂପକ ଏହି ମଣିଷଟି ଦୁଇଟି ଭିନ୍ନରୂପରେ ଅବତୀର୍ଣ୍ଣ ହୋଇଥା’ନ୍ତି, ଦୁଇଟି ଘଟଣାରୁ ତାହା ଜଣାପଡ଼ିଛି। ଗୋଟିଏ ଘଟଣାରେ ଜଣେ ବାପା ତା’ର ପୁଅକୁ ହତ୍ୟାକରି ନିଜର ‘ନିର୍ଦ୍ଦୟ’ ରୂପ ଦେଖାଇଥିଲା ବେଳେ ଆଉ ଏକ ଘଟଣାରେ ନିଜ ପୁଅକୁ ବଂଚାଇ ନପାରି ‘ଅସହାୟ’ ହୋଇପଡ଼ିଛନ୍ତି। ଶେଷେୁର, ତାଙ୍କୁ ବି ଆରପାରିକି ଚାଲିଯିବାକୁ ହୋଇଛି।

ଦୁଇ ଭିନ୍ନ ଘଟଣା ମଧ୍ୟରୁ ଗୋଟିଏ ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ପରମପାଙ୍ଗା ପଂଚାୟତର ପାଙ୍ଗୁରୁମିଲା ଗାଁରେ। ଏହି ଗାଁର ଭୁସ୍କର ପୂଜାରୀ ଓ ପୁଅ ଚୈତନ୍ୟଙ୍କ ମଧ୍ୟରେ କୌଣସି କାରଣରୁ ଅଧିକାଂଶ ସମୟରେ କଳହ ଲାଗି ରହୁଥିଲା। ଏହି କାରଣରୁ ପ୍ରତିହିଂସା ପରାୟଣ ହୋଇ ଭୁସ୍କର ଗତ ୧୪ ତାରିଖ ରାତିରେ ଚୈତନ୍ୟଙ୍କୁ ହତ୍ୟା କରି ପରେ ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମାଟି ତଳେ ପୋତି ଦେଇଥିଲା। କ୍ରୋଧର ବଶବର୍ତ୍ତୀ ହୋଇ ଭୁସ୍କର ଏହିଭଳି ଏକ କାଣ୍ଡ ଘଟାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ, ବଅଁରପାଳ ଥାନା ଫୁଲପଡ଼ା ପଞ୍ଚାୟତ କଇଁଛବାହାଳ ଗାଁରେ ଘଟିଥିବା ନିଜ ପୁଅକୁ ବଂଚାଇନପାରି ଜଣେ ଲୋକ ପ୍ରାଣ ହରାଇଛନ୍ତି। କ୍ଷୀରୋଦ ଜେନା ପୁଅ ଚନ୍ଦନ ସହିତ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାବେଳେ ତାଙ୍କ ଘରପାଖରେ ନୂଆ ଖୋଳାଯାଇଥିବା ପୋଖରୀକୁ ଗା‌ଧୋଇ ଯାଇଥିଲେ। ଗାଧୋଇବା ସମୟରେ ଚନ୍ଦନ ପ୍ରଥମେ ଗଭୀର ପାଣିରେ ବୁଡ଼ିଯାଇଥିଲେ। ପୁଅକୁ ଉଦ୍ଧାର କରିବାକୁ ବହୁତ ଚେଷ୍ଟାକଲେ କ୍ଷୀରୋଦ। ଶେଷରେ, ତାଙ୍କ ଗୋଡ଼ ପଙ୍କରେ ପୋତିହୋଇ ଯାଇଥିଲା। ସେ ଆଉ ବାହାରି ପାରି ନଥିଲେ। ପାଖରେ ଥିବା ଲୋକେ ତୁରନ୍ତ ବାପପୁଅଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe