ନେତାଙ୍କ ପାପ ପୃଷ୍ଠା ! ହାଇପ୍ରୋଫାଇଲ ହତ୍ୟାର କେମିତି ମିଳିଲା ସୁରାକ୍ ? ସ୍ୱାମୀ-ସ୍ତ୍ରୀ ଭଳି କଳ୍ପନାଙ୍କ ସହ ୫ ବର୍ଷ ଧରି ଭୁବନେଶ୍ୱରରେ ରହୁଥିବା ଅନୁପଙ୍କୁ କାହିଁକି ସନ୍ଦେହ କଲା ଛତିଶଗଡ ପୋଲିସ ?

6,663

କନକ ବ୍ୟୁରୋ: ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଉପରୁ କେମିତି ଉଠିଲା ପରଦା । କଳ୍ପନାଙ୍କ ପରିଚୟ କେମିତି ପାଇଲା ପୋଲିସ? ଓଡିଶା ଲିଙ୍କ କେମିତି ପାଇଲା ଛତିଶଗଡ ପୋଲିସ ? ମର୍ଡରକୁ ନେଇ ଏ ତମାମ ପ୍ରଶ୍ନ ଉଠୁଥିବା ବେଳେ କଳ୍ପନାଙ୍କୁ ଦେହଜୀବୀ ଭାବି ଅନ୍ଧାରରେ ବାଡି ବୁଲାଉଥିଲା ପୋଲିସ । କାରଣ ଯେଉଁ ଅଞ୍ଚଳରୁ କଳ୍ପନାଙ୍କ ମୃତଦେହ ମିଳିଥିଲା ତାହା ଥିଲା ଦେହଜୀବୀଙ୍କ ଅଞ୍ଚଳ ।

୭ ମେ ୨୦୧୬ ତାରିଖରେ ଛତିଶଗଡ ଚକ୍ରଧରନଗର ଥାନା ହମିରପୁର ରାସ୍ତା ମା ସାକମ୍ବରୀ ପ୍ଲାଂଟ ନିକଟରୁ ମିଳିଥିଲା ଦୁଇଟି ଅଜ୍ଞାତ ମୃତଦେହ । ପାରିପାଶ୍ୱର୍ିକ ସ୍ଥିତିରୁ ଏମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । କିନ୍ତୁ ପୋଲିସ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ଏମାନଙ୍କ ପରିଚୟ । ଛତିଶଗଡ ପୋଲିସ କହିଛି ସେହି ଅଂଚଳରେ ଦେହଜୀବୀଙ୍କ କାରବାର ଅଧିକ ରହିଥିବାରୁ ପ୍ରଥମେ କୋଲକାତା ଓ ନାଗପୁର ଭଳି ସହରରେ ତଦନ୍ତ ଆଗେଇଥିଲା ।

ମୃତକଙ୍କ ପରିଚୟ ପାଇବା ପାଇଁ ରାସ୍ତାରେ ଛିଡା ହେଉଥିବା ଦେହଜାବୀଙ୍କୁ କଳ୍ପନାଙ୍କ ଫଟୋ ଦେଖାଇ ପଚରା ଉଚରା କରିଥିଲା ପୋଲିସ । ହେଲେ ପରିଚୟ ପାଇବା ପାଇଁ ଛତିଶଗଡ ପୋଲିସକୁ ଲାଗିଗଲା ପ୍ରାୟ ଦେଢବର୍ଷ । ରାୟଗଡ ଏସପିଙ୍କ ସୂଚନା ଅନୁସାରେ ହତ୍ୟା ଭଳି ସମ୍ବେଦନଶୀଳ ମାମଲାରେ ଆଖପାଖ ରାଜ୍ୟର ଥାନା ଗୁଡିକୁ ମୃତକଙ୍କ ଫଟୋ ପଠାଯାଇଥାଏ । ଆଉ ସେହି ଫଟୋକୁ ଦେଖି ବ୍ରଜରାଜନଗର ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ କଳ୍ପନାଙ୍କ ଜଣେ ସଂପର୍କୀୟ ଭାଇ ତାଙ୍କୁ ଚିହ୍ନିଥିଲେ ।

ଦୀର୍ଘ ୩ ବର୍ଷ ୭ ମାସର ନିରନ୍ତର ପ୍ରୟାସ ଓ ଆଖାପାଖ ରାଜ୍ୟରେ ବ୍ୟାପକ ଖାନତଲାସୀ ପରେ ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବାରେ ସମର୍ଥ ହୋଇଛି ଛତିଶଗଡ ପୋଲିସ ।