ପ୍ରତିଶ୍ରୁତି ଦେଇ ଫେରିଲେନି... ହୋଲିରେ ଘରକୁ ଆସିବେ ବୋଲି କହିଥିଲେ, ହେଲେ ଆସିବା ଆଗରୁ ହିଂସାକାଣ୍ଡରେ ଆଖି ବୁଜିଲେ ହେଡ କନଷ୍ଟେବଲ ରତନଲାଲ

Advertisment
ପ୍ରତିଶ୍ରୁତି ଦେଇ ଫେରିଲେନି... ହୋଲିରେ ଘରକୁ ଆସିବେ ବୋଲି କହିଥିଲେ, ହେଲେ ଆସିବା ଆଗରୁ ହିଂସାକାଣ୍ଡରେ ଆଖି ବୁଜିଲେ ହେଡ କନଷ୍ଟେବଲ ରତନଲାଲ

କନକ ବ୍ୟୁରୋ: ସୋମବାର ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାରେ ଏଯାବତ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ହିଂସାରେ ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ରତନ ଲାଲ ସହିଦ ହୋଇଥିବା ବେଳେ ଡିସିପି ଅମିତ ଶର୍ମା ବି ଗୁରୁତର ଭାବେ ଆହତ ହୋଇଥିଲେ। ଦିଲ୍ଲୀ ହିଂସାରେ ୧୦୫ଜଣ ଗୁରୁତର ମଧ୍ୟ ହୋଇଥିଲେ।

ହେଡ କନେଷ୍ଟବଳ ରତନ ଲାଲ ନିଜ ପତ୍ନୀ ଏବଂ ୩ ଜଣ ପିଲାଙ୍କ ସହ ନର୍ଥ ଦିଲ୍ଲୀର ବୁରାଡ଼ିରେ ବସବାସ କରୁଥିଲେ। ହେଡ କନେଷ୍ଟବଲ୍‌ ପଦରେ ସେ ଗୋକୁଲପୁରୀରେ ନିଯୁକ୍ତ ଥିଲେ। ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ହିଂସାକୁ ରତନଙ୍କ ପତ୍ନୀ ଟିଭିରେ ଦେଖୁଥିବା ବେଳେ ହଠାତ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବାକୁ ପାଇଥିଲେ। । ଏହି ଖବର ଶୁଣିବା ମାତ୍ରେ ସେ ଅଚେତ ହୋଇପଡ଼ିଥିଲେ।

ଏପଟେ ଦିଲ୍ଲୀ ହିଂସାରେ ବାପାଙ୍କୁ ହରାଇଥିବା ଜାଣି ରତନଙ୍କ ତିନି ପିଲା ନଖାଇ ନପିଇ କାନ୍ଦିକାନ୍ଦି ସ୍ତବ୍ଧ ହୋଇଯାଇଛନ୍ତି। ତେବେ ଗୋଟିଏ ମାସ ପୂର୍ବରୁ ରତନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଆସିଥିଲେ। ଘରୁ ପୁଣିଥରେ ଡିୟୁଟିକୁ ଯିବା ପୂର୍ବରୁ ସେ ପତ୍ନୀ ଓ ପିଲାଙ୍କୁ ଚଳିତ ଥର ହୋଲିରେ ଘରକୁ ଆସିବେ ବୋଲି କଥା ଦେଇ ଯାଇଥିଲେ। ହୋଲିକୁ ଆଉ କିଛି ଦିନ ବାକି ରହିଥିବା ବେଳେ ପିଲାମାନେ ବାପାଙ୍କ ଆସିବା ବାଟକୁ ଚାହିଁ ରହିଥିଲେ। କିନ୍ତୁ ରତନ ନିଜ କଥାକୁ ଅଧାରେ ରଖି ସମସ୍ତଙ୍କୁ ପର କରି ସହିଦ ହୋଇଯାଇଛନ୍ତି। ରତନ ଲାଲଙ୍କ ପିତାଙ୍କ ଦେହାନ୍ତ ହୋଇ ଯାଇଥିଲା ବେଳେ ଏଯାବତ ତାଙ୍କ ମା’ଙ୍କୁ ପୁଅର ମୃତ୍ୟୁ ଖବର ଦିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe