କନକ ବ୍ୟୁରୋ: ସୁରକ୍ଷା ପାଇଁ ହେଲମେଟ୍ ଏକ ବଡ ବିକଳ୍ପ । ଗାଡି ଚଳାଇବାବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ତେବେ କେବଳ ଯେ ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ପଡେ ତାହା ନୁହେଁ ଅନ୍ୟ କାର୍ଯ୍ୟରେ ମଧ୍ୟ ହେଲମେଟ୍ ବାଧ୍ୟତାମୂଳକ ।

Advertisment

ଆପଣ ଭିନ୍ନ ଭିନ୍ନ ରଙ୍ଗର ହେଲମେଟ୍ ମଧ୍ୟ ଦେଖିଥିବେ । ଏହି ରଙ୍ଗ ଖାଲି ଏମିତି ହିଁ ହୋଇନାହିଁ । ବରଂ ଏହି ରଙ୍ଗବେରଙ୍ଗର ହେଲମେଟ୍ ପଛରେ ରହିଛି ଏକ ମଜାଦାର ରହସ୍ୟ । ଭିନ୍ନ ଭିନ୍ନ ରଙ୍ଗର ହେଲମେଟ୍ ଭିନ୍ନ ଭିନ୍ନ ଦାୟିତ୍ୱ ପାଇଁ ପ୍ରଯୁଜ୍ୟ । ତେବେ ଆସନ୍ତୁ ଜାଣିବା କାହା ପାଇଁ ଆବଶ୍ୟକ କେଉଁ ରଙ୍ଗର ହେଲମେଟ୍ ।

କୌଣସି କନଷ୍ଟ୍ରକ୍ସନ୍ ସାଇଟରେ ଆପଣଙ୍କୁ ଗୋଟିଏ ଜିନିଷ ନିହାତି ଦେଖିବାକୁ ମିଳିବ ତାହା ହେଉଛି ହେଲମେଟ୍ । କିଛି ଶ୍ରମିକ କାମ କରିବାକୁ ଭିନ୍ନ ଭିନ୍ନ ରଙ୍ଗର ହେଲମେଟ୍ ପିନ୍ଧିଥାନ୍ତି । ଏହାକୁ ସେଫଟି ହେଲମେଟ୍ କୁହାଯାଏ । ନିର୍ମାଣ କାର୍ଯ୍ୟରେ ଏହାକୁ ପିନ୍ଧିବା ବାଧ୍ୟତାମୂଳକ । ଏଠି ପ୍ରଶ୍ନ ଉଠୁଛି ଯଦି ସୁରକ୍ଷା ଦୃଷ୍ଟିରୁ ଯଦି ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧାଯାଏ ତାହେଲେ ଅଲଗା ଅଲଗା

ରଙ୍ଗର କାରଣ ହେବାର କାରଣ କ’ଣ?

ପ୍ରକୃତରେ ବିଭିନ୍ନ ରଙ୍ଗର ହେଲମେଟ୍ ହେବା ପଛରେ କିଛି କାରଣ ରହିଛି । କୌଣସି କନଷ୍ଟ୍ରକ୍ସନ୍ ସାଇଟରେ ଦାୟିତ୍ୱ ଅନୁସାରେ ହେଲମେଟ୍ ପିନ୍ଧାଯାଏ । ହେଲମେଟର ରଙ୍ଗରୁ ଜଣାପଡିଯିବ ଯେ ସାଇଟରେ କେଉଁ ଦାୟିତ୍ୱ ନେଇଥିବା ଲୋକ କାମରେ ଲାଗିଛନ୍ତି ।

ଧଳା ରଙ୍ଗର ହେଲମେଟ୍: ଯଦି କେହି ଧଳା ରଙ୍ଗର ହେଲମେଟ୍ ପିନ୍ଧିଥାଏ ତାହେଲେ ବୁଝିବାକୁ ପଡିବ ଯେ, ବ୍ୟକ୍ତି ଜଣକ ବରିଷ୍ଠ ଇଞ୍ଜିନିୟର, ବା ପ୍ରୋଜେକ୍ଟ ମ୍ୟାନେଜର ହୋଇଥିବେ ।

ସବୁଜ ରଙ୍ଗର ହେଲମେଟ୍: କୌଣସି ସାଇଟରେ ସବୁଜ ରଙ୍ଗର ହେଲମେଟ୍ ସେଫ୍ଟି ଅଧିକାରୀ କିମ୍ବା ଇନ୍ସପେକ୍ଟର ପିନ୍ଧିଥାନ୍ତି । ଏହାସହ କାମ ସାଇଟରେ ଯେଉଁମାନେ ନୂଆ ବା ଟ୍ରେନି ସେମାନେ ମଧ୍ୟ ସବୁଜ ରଙ୍ଗର ହେଲମେଟ୍ ପିନ୍ଧିଥାନ୍ତି ।

ହଳଦି ରଙ୍ଗର ହେଲମେଟ୍:
କନଷ୍ଟ୍ରକ୍ସନ୍ ସାଇଟରେ ସାଧାରଣତଃ ଲେବରମାନେ ହଳଦି ରଙ୍ଗର ହେଲମେଟ୍ ପିନ୍ଧିଥାନ୍ତି । ଭାରୀ ମେସିନାରୀ କାମ କରୁଥିବା ବା ସାମାନ୍ୟ ମଜୁରିଆ ଭାବେ କାମ କରୁଥିବା ଲୋକେ ହଳଦି ରଙ୍ଗର ହେଲମେଟ୍ ପିନ୍ଧିଥାନ୍ତି ।

କମଳା ରଙ୍ଗର ହେଲମେଟ୍:
ଏହି ରଙ୍ଗର ହେଲମେଟ୍ ସାଧାରଣତଃ ରାସ୍ତା ନିର୍ମାଣ କାର୍ଯ୍ୟରେ ଲାଗିଥିବା ଶ୍ରମିକ ବା ଏଥିରେ ନୂଆ ଭାବେ ଯୋଗ ଦେଇଥିବା ଲୋକଙ୍କୁ ପିନ୍ଧିବାକୁ ଦିଆଯାଏ ।
ସେହିପରି ନୀଳ ରଙ୍ଗର ହେଲମେଟ୍ ଇଲେକ୍ଟ୍ରିସିଆନ୍ ଏବଂ କାର୍ପେଣ୍ଟର ପିନ୍ଧିଥାନ୍ତି ।

ସେହିପରି ଧୂସର ରଙ୍ଗର ହେଲିମେଟ୍ ମଧ୍ୟ ସ୍ୱତନ୍ତ୍ର ଏକ କାମରେ ବ୍ୟବହାର କରାଯାଏ । ଧୂସର ରଙ୍ଗର ସେଫ୍ଟି ହେଲମେଟ୍ ସାଇଟର ପରିଦର୍ଶକ ବା କ୍ଲାଏଣ୍ଟଣ୍ଟ ପିନ୍ଧିଥାନ୍ତି । କିଛି ସାଇଟରେ ହାଲକା ଗୋଲାପୀ ରଙ୍ଗର ହେଲମେଟ୍ ମଧ୍ୟ ବ୍ୟବହାର କରାଯାଏ । ତେବେ ଯଦି କେହି କୌଣସି ଦିନ ନିଜ ହେଲମେଟ୍ ଭୁଲିଯାଏ ତାକୁ ଗୋଲାପୀ ରଙ୍ଗର ହେଲମେଟ୍ ପିନ୍ଧିବାକୁ ଦିଆଯାଏ ।
କହିବାକୁ ଗଲେ ବିଭିନ୍ନ ବ୍ୟକ୍ତିଙ୍କୁ ଦାୟିତ୍ୱକୁ ସେମାନଙ୍କ ହେଲମେଟରୁ ସହଜେ ଅନୁମାନ କରିବାକୁ ରଙ୍ଗିନ୍ ହେଲମେଟ୍ ବ୍ୟବହାର କରାଯାଏ ।