କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା । ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ବାତ୍ୟା । ଯାହାର ପ୍ରଭାବରେ ୭ରେ ସୃଷ୍ଟି ହେବ ଲଘୁଚାପ । ଯାହାକି ୮ରେ ଅବପାତର ରୂପ ନେବ । ଧୀରେ ଧୀରେ ଏହା ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି । ସେହିଭଳି ୯ ତାରିଖରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଯାହାକି ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିଭଳି ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ବିଭିନ୍ନ ମଡେଲଙ୍କ ଆକଳନ କରାଯାଇଛି । ବାତ୍ୟା ପରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ। ୯ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃ୍ଷ୍ଟି ହେଇପାରେ ବାତ୍ୟା!
/kanak/media/post_attachments/wp-content/uploads/2023/05/10-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)