ବାତ୍ୟା ଗଲା ଦୁଃଖ ଆଣିଲା: ଚାଷ ଉଜାଡିଦେଲା ‘ମିଗଜୋମ୍’

83

କନକ ବ୍ୟୁରୋ: ବାତ୍ୟାର ଯାଇଛି , କିନ୍ତୁ ଉଜାଡି ଦେଇଛି ଫସଲ । ବର୍ଷା ଯୋଗୁଁ ଦକ୍ଷିଣ, ପଶ୍ଚିମ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ଧାନ ଓ ଅନ୍ୟାନ୍ୟ ଫସଲ ଉଜୁଡିଯାଇଛି । ପଚିଲା ଧାନ ଫସଲ ପ୍ରଭାବିତ ହୋଇଛି । ପାଣି ବୁଡିଛି ପାଚିଲା ଧାନା ଅମଳ ସମୟରେ ଚାଷୀ ଫସଲ ପାଣିରେ ଭାସୁଥିବା ଦେଖି ଚାଷୀ ଆଖିରୁ ନିଦ ହଜି ଯାଉଛି ।

ବାତ୍ୟାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କୋହଲା ପାଗ ସାଙ୍ଗକୁ ବର୍ଷା ଚାଷ ଉଜାଡି ଦେଇଛି । ପଚିଲା ଧାନ ଫସଲ ପ୍ରଭାବିତ ହୋଇଛି । ଅମଳ ସମୟରେ ଚାଷୀ ଫସଲ ପାଣିରେ ଭାସୁଥିବା ଦେଖି ଚାଷୀ ଆଖିରୁ ନିଦ ହଜି ଯାଉଛି ।

ପଶ୍ଚିମରୁ ଦକ୍ଷିଣ ଓଡିଶା, ଉପକୂଳରୁ ଆଭ୍ୟନ୍ତରିଣ ଓଡିଶା । ସବୁଆଡେ ଚାଷ ଉଜାଡିଦେଇଛି ମିଗଜୋମ । ମୁଣ୍ଡରେ ହାତ ଦେଲାଣି ଚାଷୀ । ବର୍ଷା ପାଣିରେ ଶୋଇ ପଡିଛି ପାଚିଲା ଧାନ । ଖଳାରେ ଥିବା ଅମଳ ଧାନ ବି ଓଦା ହୋଇଯାଇଛି । ଖଳାରେ ଥିବା ଧାନ ବସ୍ତା ଓ ପଲିଥିନ୍ ତଳେ ଥିବା ଧାନ ବି ପୁରା ଓଦା ହୋଇଯାଇଛି । ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ ହୋଇଛି । ଅନେକ ସ୍ଥାନରେଧାନ କଟା ସରିନାହିଁ । ପାଣିରେ ବିଲ ଥିବାରୁ ଅମଳ ପାଇଁ ମେସିନ ଯାଇପାରୁନାହିଁ । ବରଗଡ ଜିଲ୍ଲାର ପଦ୍ମପୁରରେ ବି ଚାଷୀଙ୍କ ସମାନ ସ୍ଥିତି । ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଚାଷୀ ଧାନ ଅମଳ କରି ଖଳାରେ ରଖିଛି, କିଛି ଜମିରେ ଧାନ ବେଙ୍ଗଳା ପଡିଛି । ବର୍ଷା କାରଣରୁ ବେଙ୍ଗଳା ଧାନ ଏବେ ପାଣିରେ ଭାସୁଛି ।

କୋରାପୁଟ ଜିଲ୍ଳାର ପ୍ରାୟ ସବୁ ବ୍ଳକରେ ବର୍ଷା ପରେ କୋହଲା ପାଗ ଚାଷୀଙ୍କ ପାଇଁ କାଳ ହୋଇଛି । କିନ୍ତୁ ବନ୍ୟାପାଣି ଦାଉ ସାଧିଛି । ଚାଷଜମିରେ ପାଣି ଭର୍ତି ହୋଇ ରହିଛି । କେବଳ ଧାନ ନୁହେଁ ମାଣ୍ଡିଆ ଓ ଅନ୍ୟାନ୍ୟ ପନିପରିବା ଚାଷ ବି ନଷ୍ଟ ହୋଇଛି । ଯାଜପୁର ଜିଲ୍ଳାରେ ବି ବାତ୍ୟା ମିଗଜୋମର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଳାର ଧର୍ମଶାଳା, ରସୁଲପୁର, ବଡଚଣା ଅଂଚଳରେ ଗତକାଲିଠାରୁ ଝିପ୍ ଝିପ୍ ବର୍ଷା ଲାଗି ରହିବା ଫଳରେ ଧାନ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି । ହଜାର ହଜାର ଏକର ଜମିରେ ପାଚିଲା ଧାନ ବିଲରେ ଲୋଟି ପଡିଛି । ପୁରୀ ଜିଲ୍ଲାର ଗୋପ ବ୍ଲକରେ ବି ଏକ ସ୍ଥିତି ଦେଖିବାକୁ ମିଳିଛି । ବିଲରେ ଓଦା ହୋଇଛି ଧାନ । କେଉଁଠି କଟା ଧାନ କଟା ହୋଇ ବିଲରେ ପଡିଛି ତ କେଉଁଠି ଖଳାରେ ପଡିଛି । କେଉଁଠି ଧାନ କଟା ଅପେକ୍ଷାରେ ଅଛି ।

ବାତ୍ୟା ଦୁର୍ବଳ ହେବା ପରେ ବର୍ଷା କମିଛି । କିନ୍ତୁ ପାଗ କୋହଲିଆ ରହିବା ଯୋଗୁଁ ଚାଷୀ ଚିନ୍ତାରେ ଅଛନ୍ତି । ବର୍ତମାନ କ୍ଷୟକ୍ଷତି ରିପୋର୍ଟକୁ ଅପେକ୍ଷା କରାଯାଇଛି ।