କନକ ବ୍ୟୁରୋ : ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କମ୍ପାନୀ ଏହାର ୧୪ଟି ସାମଗ୍ରୀର ବଜାର ବିକ୍ରି ବନ୍ଦ କରି ଦେଇଛି । ତେବେ ଉତ୍ତରାଖଣ୍ଡ ସରକାର ଏହି ସବୁ ଉତ୍ପାଦର ଲାଇସେନ୍ସ ରଦ୍ଧ କରିବା ପରେ ପତଞ୍ଜଳି ଏହି ନିଷ୍ପତ୍ତି ନେଇଛି । ସାରା ଦେଶରେ ଥିବା ୫,୬୦୬ ପତଞ୍ଜଳି ଷ୍ଟୋର ଗୁଡିକରୁ ଏହି ସବୁ ରୋକ ଲଗା ଯାଇଥିବା ସାମଗ୍ରୀକୁ ପ୍ରତ୍ୟାହାର କରି ନେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ସୁପ୍ରିମ କୋର୍ଟକୁ ଜଣାଇଛି । ମାର୍କେଟରୁ ଏହି ସବୁ ସାମଗ୍ରୀ ପ୍ରତ୍ୟାହାର କରିନେବା ନେବା ସହ ପ୍ରଚାର ପ୍ରସାର କରୁଥିବା ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଗୁଡିକୁ ମଧ୍ୟ ଏ ସବୁର ଆଡ୍ ପ୍ରସାରଣ ନ କରିବା ପାଇଁ କୁହା ଯାଇଛି ।

Advertisment

ଡ୍ରଗ୍ ଓ ମ୍ୟାଜିକାଲ୍ ରେମେଡିସ୍ (ଅବଜେକ୍ସନେବଲ ଆଡର୍ଭଟାଇଜମେଣ୍ଟ ଆକ୍ଟ,) ୧୯୫୪ ଅନୁସାରେ ବାରମ୍ବାର ଏହାର ନିୟମ ଉଲ୍ଲଂଘନ କରୁଥିବା ହେତୁ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ ଅଥରେଟି ପକ୍ଷରୁ ଅପ୍ରେଲ ୩୦ରୁ ସାମଗ୍ରୀ ଗୁଡିକର ବିକ୍ରୟ ନିଷେଦ୍ଧ କରା ଯାଇଥିଲା । ଦିବ୍ୟା ଫାର୍ମା ଓ ପତଞ୍ଜଳି ଆୟୁର୍ବେଦ ଏହି ନର୍ଦ୍ଦେଶନାମା କାର୍ଯ୍ୟକାରୀ କରିଛନ୍ତି ।

ଜାଣନ୍ତୁ କେଉଁ ସବୁ ପତଞ୍ଜଳୀ ଉତ୍ପାଦରେ ଲାଗିଲା ପ୍ରତିବନ୍ଧକ 
ଶ୍ୱାଶାରୀ ଗୋଲ୍ଡ, ଶ୍ୱାଶାରୀ ବାଟୀ, ବ୍ରୋଂଚମ, ଶ୍ୱାଶାରୀ ପ୍ରବାହୀ, ଶ୍ୱାଶାରୀ ଆଭାଲେହ, ମୁକ୍ତ ବଟୀ ଏକ୍ସଷ୍ଟ୍ରା ପାୱାର, ଲିପଡୋମ, ବିପି ଗ୍ରିଟ୍, ମଧୁ ଗ୍ରିଟ୍, ମଧୁନାଶିନୀ ବଟୀ ଏକ୍ସଷ୍ଟ୍ରା ପାୱାର, ଲିଭାମୃିତ୍ ଆଡଭାନ୍ସ, ଲିଭୋଗ୍ରିଟ୍, ଆଇଗ୍ରିଟ୍ ଗୋଲ୍ଡ, ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍ ।

ଜଷ୍ଟିସ ହିମା କୋହଲି ଓ ସନ୍ଦୀପ ମିଶ୍ରଙ୍କୁ ନେଇ ଗଠିତ ଏକ ହାଇକୋର୍ଟ ବେଂଚ ଏ ମାମଲାକୁ ନେଇ ଆଗାମୀ ଜୁଲାଇ ୩୦ରେ ଶୁଣାଣି କରିବାକୁ ଥିବା ବେଳେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ପତଞ୍ଜଳିର କୋଭିଡ୍ ଭ୍ୟାକ୍ସିନ ବିରୋଧୀ ଭ୍ରମାତ୍ମକ ବିବୃତି ନେଇ ଫାଇଲ କରିଥିବା ପିଟିସନ ଉପରେ ମଧ୍ୟ ସୁପ୍ରିମ କୋର୍ଟ ଶୁଣାଣି କରୁଛନ୍ତି ।