ଦଳିତ ଶବ୍ଦ ବ୍ୟବହାର ନ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ! ସମସ୍ତ ରାଜ୍ୟର ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର

36

କନକ ବ୍ୟୁରୋ : ଦଳିତ ଶଦ୍ଦ ବ୍ୟବହାରକୁ ନେଇ ଜାରି ହେଲା କଟକଣା । ବମ୍ବେ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କେନ୍ଦ୍ର ସରକାର ରାଜ୍ୟର ସମସ୍ତ ଶାସନ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି । ସରକାରୀ କାଗଜପତ୍ରରେ ଦଳିତ ଶଦ୍ଦ ବ୍ୟବହାର ନ କରିବା ପାଇଁ ଏହି ଚିଠିରେ କୁହାଯାଇଛି । ଦଳିତ ବଦଳରେ ଏସସି ଶବ୍ଦ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଅନୁସୁଚିତ ଜାତିଙ୍କ ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ସୁରକ୍ଷା ପାଇଁ ଆସିଲା କୋର୍ଟଙ୍କ ନିର୍ଦ୍ଦେଶ । ଏଣିକି ଆଉ ଦଳିତ ଶବ୍ଦ ବ୍ୟବହାର ହୋଇପାରିବ ନାହିଁ । ବମ୍ବେ ହାଇକୋର୍ଟ ଏହି ଶବ୍ଦ ବ୍ୟବହାର କରିବା ଉପରେ କଟକଣା ଲଗାଇଛନ୍ତି । ଏହି ନିର୍ଦ୍ଦେଶକୁ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟର ଶାସନ ସଚିବଙ୍କୁ ଚିଠିରେ ଜଣାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି ଦଳିତ ଶବ୍ଦ ବ୍ୟବହାର ନ କଲେ କଣ ସେମାନଙ୍କ ଉନ୍ନତି ହୋଇପାରିବ ? ଦଳିତ ଶଦ୍ଦ ବ୍ୟବହାର ନକଲେ ଏହା କଣ ସେହି ବର୍ଗର ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିପାରିବ ?

ସମସ୍ତଙ୍କୁ ସ୍ୱାଭିମାନ ଏବଂ ଆତ୍ମସମ୍ମାନର ସହ ବଂଚିବାର ଅଧିକାର ରହିଛି । ତେଣୁ ଏହି ଶଦ୍ଦ ବ୍ୟବହାର ନ ହେବା ଉଚିତ୍ ବୋଲି ଦଳିତ ନେତା ମତ ରଖିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ଦେଶର ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ଦଳିତ ଶଦ୍ଦ ବ୍ୟବହାର ନ କରିବା ପାଇଁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ।