ଟେଲିକମ କମ୍ପାନୀଙ୍କୁ ସରକାରଙ୍କ ଆଦେଶ ! ମୋବାଇଲ କନେକ୍ସନ ପାଇଁ ବନ୍ଦ କରିବେ ଆଧାର କେୱାଇସି । 

32
ମୋବାଇଲ ସହିତ ଆଧାର ଯୋଡିବା ପାଇଁ ସରକାର ମମ୍ପୁର୍ଣ୍ଣ ଭାବେ ବନ୍ଦ କରିବାରକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସରକାରଙ୍କ ତରଫରୁ ଗତ ଶୁକ୍ରବାର ଦିନ ମୋବାଇଲ ନମ୍ବର ସହ ଆଧାରକୁ ନଯୋଡିବା ପାଇଁ  ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହି ନିୟମକୁ କଡାକଡି ଭାବେ ପାଳନ କରିବେ ବୋଲି କମ୍ପାନୀ ମଧ୍ୟ ଏକ ରିପୋର୍ଟ ସରକାରଙ୍କୁ ନଭେମ୍ବର ୫ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାରେ  ମୋବାଇଲ ନମ୍ବର ସହିତ ଗ୍ରାହକଙ୍କ ଆଧାର  ନଯୋଡିବା ପାଇଁ କମ୍ପାନୀ ଗୁଡିକ ନିର୍ଦ୍ଦେସ ଦିଆଯାଇଛି । ଏହା ସହିତ ଏହି ନିୟମକୁ ପାଳନ କରିବା ଉପରେ ଏକ ରିପୋର୍ଟ ନଭେମ୍ବର ୫ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କମ୍ପାନୀମାନଙ୍କୁ  ଆଦେଶ ଦିଆଯାଇଛି । ଦୁର ସଂଚାର ବିଭାଗ ଏହା ମଧ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତିମାନେ ପୂର୍ବରୁ ମୋବାଇଲ ନମ୍ବର ସହ ଆଧାର କନେକ୍ସନ କରିସାରିଛନ୍ତି ସେମାନଙ୍କୁ ବାଦ ଦେଲେ ଯେଉଁମାନେ ନୂଆ ଭାବରେ ସିମ କିଣୁଛନ୍ତି ସେମାନଙ୍କୁ ଆଧାର ସହ ଯୋଡା ଯିବ ନାହିଁ । ଏହା ସହିତ ଯଦି ଗ୍ରାହ ତାଙ୍କ ସ୍ୱଇଛାରେ ନିଜର ପରିଚୟ ପତ୍ର ପ୍ରଦାନ କରନ୍ତି ତେବେ ସେଭଳି ପରିସ୍ଥିତିରେ ଆଧାର କାର୍ଡକୁ ଦସ୍ତାବିଜ ଭାବେ ବ୍ୟବହାର କରାଯାଇପାରିବ କିନ୍ତୁ କୌଣସି ପରିସ୍ଥିତିରେ ଅନଲାଇନରେ କନେକ୍ସନ କରାଯିବ ନାହିଁ । ଦସ୍ତାବିଜ ଗୁଡିକୁ ଅଫଲାଇନରେ ବ୍ୟବହାର କରାଯାଇ ପାରିବ ।