ବନ୍ଦ ହେବ ଚାଉଳ ଚୋରି! ଡିଲରଙ୍କ ଘର ଆଗରେ ଅପେକ୍ଷା କରିବେନି ହିତାଧିକାରୀ

Advertisment
ବନ୍ଦ ହେବ ଚାଉଳ ଚୋରି! ଡିଲରଙ୍କ ଘର ଆଗରେ ଅପେକ୍ଷା କରିବେନି ହିତାଧିକାରୀ

କନକ ବ୍ୟୁରୋ: ସରକାର ଯୋଗାଇ ଦେଉଥିବା ଚାଉଳ ଚୋରିକୁ ନେଇ ଯେତେବେଳେ ସାରାରାଜ୍ୟ ଉଠୁଛି ପଡୁଛି। ସରକାରଙ୍କ କାର୍ୟ୍ୟାନୁଷ୍ଠାନ ପରେ ଅଧିକାରୀ, ଡିଲରଙ୍କ ଭିତରେ ଛନକା ପଶିଛି। ସେତିକିବେଳେ ରାଜ୍ୟରେ ଖୋଲିଛି ପ୍ରଥମ ଚାଉଳ ଏଟିଏମ।

ରାସନ ଚାଉଳ ପାଂଚ କେଜି ଆଣିବା ପାଇଁ ଡିଲର ଘର ଆଗରେ, ପଂଚାୟତ ଅଫିସରେ ହିତାଧିକାରୀ ଧାଡି ଲଗାଇଥିବା ଆପଣମାନେ ଦେଖିଥିବେ। କିନ୍ତୁ ଏଣିକି ହିତାଧିକାରୀଙ୍କୁ ଆଉ ଏମିତି ଅପେକ୍ଷା କରିବାକୁ ପଡିବନି। କାରଣ, ଏବେ ରାଜ୍ୟରେ ଖୋଲିଛି ଚାଉଳ ଏଟିଏମ। ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଆରମ୍ଭ ହୋଇଛି ଅନ୍ନପୂର୍ତ୍ତି ସେବା। ଯୋଗାଣ ମନ୍ତ୍ରୀ ଏହି ସେବାର ଉଦ୍ଦଘାଟନ କରିବା ସହ ଏହାର ଯାଂଚ କରିଛନ୍ତି।

ଏହି ଏଟିଏମରୁ ରାସନ କାର୍ଡଧାରୀମାନେ ଚାଉଳ ନେଇପାରିବେ। ଯେଉଁ ରାଜ୍ୟର ହୁଅନ୍ତୁ କିମ୍ବା ଜିଲ୍ଲାର ହୁଅନ୍ତୁ, ଯାହାର ରାସନ କାର୍ଡ ଅଛି, ସେମାନେ ଏହି ଏଟିଏମରୁ ଚାଉଳ କାଢ଼ି ନେଇପାରିବେ। ଥରକରେ ୨୫ କେଜି ଚାଉଳ ଏଟିଏମରୁ ବାହାରିବ। ବକେୟା ମାସର ଚାଉଳ ବି ଏଟିଏମରୁ ନେଇପାରିବେ। କିନ୍ତୁ ଏଟିଏମରୁ ଚାଉଳ ନେବା ପାଇଁ ହିତାଧିକାରୀଙ୍କୁ ରାସନକାର୍ଡ ନମ୍ବର ଓ ଫିଙ୍ଗର ପ୍ରିଂଟ ଦେବାକୁ ପଡିବ।

ଚାଉଳ ଏଟିଏମ ସେବା ସଫଳ ହେଲେ, ଆଗାମି ଦିନରେ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ଖୋଲାଯିବ। ଏବଂ ଏହା ଦ୍ବାରା ଚାଉଳ ଚୋରି ରୋକାଯାଇପାରିବ ବୋଲି ଆଶା କରାଯାଉଛି। କିନ୍ତୁ କେତେଦୂର ଏହା ସଫଳ ହେଉଛି ତାହା ଆଗାମି ଦିନରେ ସ୍ପଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe