ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ କରିବାକୁ କଂଗ୍ରେସର ଦାବି : ୬୫ ହଜାର ଚୁକ୍ତି ଭିତ୍ତିକ ଚାକିରୀ ଦେଇଛନ୍ତି ସରକାର

 ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ପୁଣି ଠିକାରେ ଚାକିରୀ ଦେଇ ସରକାର ଠକି ଦେବାର ଆଶଙ୍କା କଲା ଦଳ

584

କନକ ବ୍ୟୁରୋ : ରାଜ୍ୟରେ ଠିକା ନିଯୁକ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ କରିବା ପାଇଁ ଦାବି କରିଛି ଦଳ । ରାଜ୍ୟ ସରକାର କର୍ମଚାରୀଙ୍କୁ କାହିଁକି ନିୟମିତ ଚାକିରୀରେ ନରଖି ଚୁକ୍ତି ଭିତ୍ତିକ ଚାକିରି ଭଳି ଏକ କୁଶ୍ଚିତ ବ୍ୟବସ୍ଥା ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପିସିସି ମିଡିଆ ସେଲ ଆବାହକ ସତ୍ୟପ୍ରକାଶ ନାୟକ ।  ୬୫ହଜାର ଚୁକ୍ତି ଭିତ୍ତିକ ଚାକିରି ଦେଇଛନ୍ତି ସରକାର ।

ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଠିକା କର୍ମଚାରୀଙ୍କୁ ରାଜ୍ୟ ସରକାର ପୁଣି ଠକିବାକୁ ଚେଷ୍ଟା କରିବେ ବୋଲି କଂଗ୍ରେସ ଆଶଙ୍କା କରୁଛି । ରାଜ୍ୟବାସୀ ନିଜ ରାଜ୍ୟରେ କାହିଁକି ଦାଦନ ଖଟିବେ ବୋଲି କହିଛି କଂଗ୍ରେସ । ଏହାସହ ମାସିକ ୧୫୦କୋଟି ଟଙ୍କା ଓ ବର୍ଷକୁ ୨ହଜାର କୋଟି ଟଙ୍କାର କମିଶନ ରାଜ୍ୟ ସରକାର ଖାଉଥିବା କହିଛି କଂଗ୍ରେସ । ତେଣୁ ରାଜ୍ୟ ସରକାର ଠିକା ନିଯୁକ୍ତି ବନ୍ଦ କରନ୍ତୁ ଆଉ ଯେପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି ସେପର୍ଯ୍ୟନ୍ତ ଠିକା କର୍ମଚାରୀଙ୍କୁ ସପ୍ତମ ବେତନ ଅନୁଯାୟୀ ଦରମା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।