କନକ ବ୍ୟୁରୋ : ରାଜ୍ୟରେ ଠିକା ନିଯୁକ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ କରିବା ପାଇଁ ଦାବି କରିଛି ଦଳ । ରାଜ୍ୟ ସରକାର କର୍ମଚାରୀଙ୍କୁ କାହିଁକି ନିୟମିତ ଚାକିରୀରେ ନରଖି ଚୁକ୍ତି ଭିତ୍ତିକ ଚାକିରି ଭଳି ଏକ କୁଶ୍ଚିତ ବ୍ୟବସ୍ଥା ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପିସିସି ମିଡିଆ ସେଲ ଆବାହକ ସତ୍ୟପ୍ରକାଶ ନାୟକ । ୬୫ହଜାର ଚୁକ୍ତି ଭିତ୍ତିକ ଚାକିରି ଦେଇଛନ୍ତି ସରକାର ।
ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଠିକା କର୍ମଚାରୀଙ୍କୁ ରାଜ୍ୟ ସରକାର ପୁଣି ଠକିବାକୁ ଚେଷ୍ଟା କରିବେ ବୋଲି କଂଗ୍ରେସ ଆଶଙ୍କା କରୁଛି । ରାଜ୍ୟବାସୀ ନିଜ ରାଜ୍ୟରେ କାହିଁକି ଦାଦନ ଖଟିବେ ବୋଲି କହିଛି କଂଗ୍ରେସ । ଏହାସହ ମାସିକ ୧୫୦କୋଟି ଟଙ୍କା ଓ ବର୍ଷକୁ ୨ହଜାର କୋଟି ଟଙ୍କାର କମିଶନ ରାଜ୍ୟ ସରକାର ଖାଉଥିବା କହିଛି କଂଗ୍ରେସ । ତେଣୁ ରାଜ୍ୟ ସରକାର ଠିକା ନିଯୁକ୍ତି ବନ୍ଦ କରନ୍ତୁ ଆଉ ଯେପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି ସେପର୍ଯ୍ୟନ୍ତ ଠିକା କର୍ମଚାରୀଙ୍କୁ ସପ୍ତମ ବେତନ ଅନୁଯାୟୀ ଦରମା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/22-22.jpg)