ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥରମାଡ । ଭାଙ୍ଗିଲା ଝରକା, ଚେତାଇଲା ରେଳ ବିଭାଗ ।

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥରମାଡ । ଭାଙ୍ଗିଲା ଝରକା, ଚେତାଇଲା ରେଳ ବିଭାଗ ।

କନକ ବ୍ୟୁରୋ : କର୍ଣ୍ଣାଟକରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣିଥରେ ପଥରମାଡ ହୋଇଛି । ଏହି ପଥରମାଡ କାରଣରୁ ଟ୍ରେନର କାଚ ଝରକା ଭାଙ୍ଗି ଯାଇଛି । ଶନିବାର କୃଷ୍ଣରାଜପୁରମ-ଛାବନି ରେଲୱେ ଷ୍ଟେସନ ଭିତରେ ଏହି ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ କେହି ଯାତ୍ରୀ ଆହତ ହୋଇନଥିବା ସ୍ପଷ୍ଟ ହୋଇଛି । ଆରପିଏଫ ଅନୁଯାୟୀ, ଜାନୁଆରୀ ୨୦୨୩ରେ ୨୧ ଓ ଫେବ୍ରୁଆରୀ ମାସରେ୧୩ଟି ପଥରମାଡ ଘଟଣା ସାମ୍ନାକୁ ଆସିଛି ।

ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ଏଭଳି ପଥରମାଡ ଦ୍ୱାରା ସର୍ବସାଧାରଣଙ୍କ ସମ୍ପତ୍ତି ଓ ଯାତ୍ରୀଙ୍କୁ କ୍ଷତି ପହଞ୍ଚୁଛି । ଏଭଳି ମାମଲା ଜାମିନ ବିହୀନ ଅପରାଧରେ ଆସୁଛି । କାରଣ ଏଭଳି ପଥରମାଡ ଦ୍ୱାରା ଯାତ୍ରୀଙ୍କର ଜୀବନକୁ ମଧ୍ୟ ବିପଦ ରହୁଛି । ତେଣୁ ଏଭଳି ଘଟଣାର ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡ ଦିଆଯାଇପାରିବ । ଯାହାକୁ ପରବର୍ତ୍ତୀ ସମୟରେ ବଢାଯାଇପାରିବ ।ଲଗାତାର ପଥରମାଡ ପରେ ଟ୍ରେନରେ ସୁରକ୍ଷାକୁ ବଢାଯାଇଛି । ଆରପିଏଫ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe