କନକ ବ୍ୟୁରୋ : ଆବାସ ତାଲିକାରୁ ବାଦ୍ ପଡ଼ିବା ରାଗରେ ଯନ୍ତ୍ରୀଙ୍କ ଉପରେ ଆକ୍ରମଣ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ । ଗାଁରେ ଆବାସ ଯୋଜନା ନେଇ ଏକ ସଚେତନତା ବୈଠକ ଚାଲିଥିବା ବେଳେ କାହିଁକି ତାଲିକାରୁ ନାଁ କଟିଛି ବୋଲି କହି ରଞ୍ଜିତ୍ ସାସମଲ ନାମକ ଜଣେ ବ୍ୟକ୍ତି କଠିଷ୍ଠ ଯନ୍ତ୍ରୀ ରବିନାରାୟଣ ଲୋଙ୍କାଙ୍କୁ ଆକ୍ରମଣ କରିଥିଲେ ।

Advertisment

ପଥର ମାଡ଼ କରିବା ଯୋଗୁ ସେ ଲହୁଲୁହାଣ ହୋଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେ ଥାନାରେ ଏତଲା ଦେଇଥିଲେ । ସେଠାରୁ ପୋଲିସ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି । ଆକ୍ରମଣକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।