କନକ ବ୍ୟୁରୋ: ପଥର ଖସିଲା ବଡ ଦେଉଳୁ । ଶ୍ରମନ୍ଦିରରୁ ପୁଣି ପଥର ଖସିବା ନେଇ ଭକ୍ତ ମହଲରେ କ୍ଷୋଭ ପ୍ରକାଶ ପାଇଛି । ମୁଖ୍ୟ ମନ୍ଦିରର ଦକ୍ଷିଣ ପାଶ୍ୱର୍ର ବରାହ ମନ୍ଦିରରୁ ଖସିଛି ୩ରୁ ୪ କେଜିରୁ ଓଜନର ପଥର । ନାଟମଣ୍ଡପର ମରାମତି କାମ ଚାଲିଥିବାବେଳେ ଏଭଳି ପଥର ଖସିବା ଏଏସଆଇର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଏସଆଇ ଶ୍ରୀମନ୍ଦିର ପ୍ରତି କିଛି ବିପଦ ନାହିଁ କହି ଦୋଷ ଖସାଇବାକୁ ଉଦ୍ୟମ କରିଛି ।

Advertisment

ମରାମତି ଅଭାବରୁ ଶ୍ରୀମନ୍ଦିରରୁ ଖସୁଛି ପଥର । ମୁଖ୍ୟ ମନ୍ଦିରର ଦକ୍ଷିଣ ପାଶ୍ୱର୍ର ବରାହ ମନ୍ଦିରରୁ ଖସିଛି ୩ରୁ ୪ କେଜିରୁ ଓଜନର ପଥର । କୁହାଯାଉଛି, ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ସାମୁଦ୍ରିକ ପବନ ବେଶି ଲାଗୁଥିବାରୁ ପଥର ଦୁର୍ବଳ ହେଉଛି । ମନ୍ଦିରର ପ୍ରମୁଖ ସ୍ଥାନରୁ ଏହି ପଥର ଖସିନାହିଁ, ବରଂ ଖଞ୍ଜାଯାଇଥିବା ଛୋଟ ପଥର କଳାକକ୍ରମେ ଦୁର୍ବଳ ହୋଇ ଖସିଛି । ଏହି ଘଟଣା ପରେ ଏଏସଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ଦୋଷ ଖସାଇବାକୁ ଉଦ୍ୟମ ହୋଇଛି । ଏଏସଆଇ କହିଛି,
-ପଥର ଖସିଥିଲେ ବି ମୁଖ୍ୟ ମନ୍ଦିର ପ୍ରତି କିଛି ବିପଦ ନାହିଁ
-ପୁରାତନ ପଥର ହେତୁ ମାଙ୍କଡଙ୍କ ଉତ୍ପାତ ଯୋଗୁଁ ପଥର ଖସିଛି
-ଲୁଣି ଜଳବାୟୁ ଯୋଗୁଁ ପଥର ଦୁର୍ବଳ ହେଉଛି
-କେମିକାଲ ଟ୍ରିଟମେଂଟ କରାଯାଇ ସଂରକ୍ଷଣ କରାଯିବ

ବଡଦେଉଳରୁ ଖସିଥିବା ପଥରକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ରଖିଛନ୍ତି । ଅନ୍ୟପଟେ ମନ୍ଦିର ଉପରୁ ପଥର ଖସିବାରେ ଏଏସଆଇକୁ ବିଭିନ୍ନ ମହଲ ଦାୟୀ କରିଛନ୍ତି । ପରିଚାଳନା କମିଟି ସଦସ୍ୟଙ୍କ କହିବା କଥା ହେଲା, ଖୁବଶୀଘ୍ର ଏହାର ସଂରକ୍ଷଣ ହେବା ଆବଶ୍ୟକ । ଶ୍ରୀମନ୍ଦିରରୁ ପଥ ଖସିବା ଏଏସଆଇର ଦାୟିତ୍ୱହୀନତା ନା ଆଉ କିଛି ସେ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିରରେ ଏବେ ନାଟମଣ୍ଡପର ମରାମତି କାମ ଚାଲିଛି । ଖୁବଶୀଘ୍ର ବିମ ସିଫ୍ଟ କରାଯିବ । ତେଣୁ ଏହି ସମୟରେ ବଡଦେଉଳୁ ପଥର ଖସିବା ଘଟଣାକୁ ନେଇ ଭକ୍ତ ମହଲ କ୍ଷୋଭ ପ୍ରକାଶ କରିଛନ୍ତି ।