କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳରେ ପଥର ଖସି ୨ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଅଲାଭଟା ଗାଁରେ ଥିବା ଡୁର୍କାଡଙ୍ଗରିରେ ଏହି ଅଘଟଣ ଘଟିଛି । ମେଟାଲ୍ ତିଆରି ପଥର ଫଟାଉଥିଲେ ଶ୍ରମିକ । ବର୍ଷା ହେବାରୁ ଡଙ୍ଗରି ତଳେ ବସିଥିଲେ ମୁକୁନ୍ଦ ପରାଭୋଇ ଓ ରାଜକୁମାରୀ ନାୟକ । ହଠାତ ସେମାନଙ୍କ ଉପରେ ଏକ ବଡ଼ ଖଣ୍ଡ ପଥର ଖସି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା ଜୟପାଟଣା ଅଗ୍ନିଶମ ବାହିନୀ । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଇଛି ।