କନକ ବ୍ୟୁରୋ: ପାହାଡ଼ରୁ ଧସୁଛି ପଥର । ରେଳ ଧାରଣାରେ ବହୁଛି ପାଣି । ବର୍ଷା ଯୋଗୁଁ କୋରାପୁଟ, ରାୟଗଡ଼ା ରେଳପଥରେ ବନ୍ଦ ରହିଛି ଟ୍ରେନ୍ ଚଳାଚଳ । ସେହିପରି ରାଉଳି ଓ ଲିଲିଗୁମା ରେଳପଥରେ ମଧ୍ୟ ମାଟି ଅତଡ଼ା ଧସେଇ ପଶିବାରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏହାଫଳରେ ବିଶାଖାପାଟଣା-କୋରାପୁଟ ଏବଂ କୋରାପୁଟ-ବିଶାଖାପାଟଣା ଡିଏମୟୁ ବାତିଲ ହୋଇଛି । ତେବେ ଖବର ପାଇ ରେଳ ବିଭାଗ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।