ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ

Advertisment
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ

କନକ ବ୍ୟୁରୋ : ପଶ୍ଚମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ଅନେକ ଦିନ ବାକି ରହିଛି । ନିର୍ବାଚନ କମିଶନ ତାରିଖ ଘୋଷଣା କରି ନାହାନ୍ତି   । ହେଲେ ବିଜେପି ଓ ତୃଣମୂଳ କଂଗ୍ରେସ ଏବେ ଠାରୁ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ନିଜ ନିଜର ସଂଗଠନକୁ ମଜଭୁତ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । ଗତକାଲି ସେ ଏକ ରାଲିରେ ଯାଉଥିବା ବେଳେ ତୃଣମୂଳ କର୍ମୀ ମାନେ ତାଙ୍କ ଉପରକୁ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଥିଲା । ଏନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ଜେ.ପି ନଡ୍ଡା ଓ କୈଳାସ ବିଜୟବର୍ଗୀଙ୍କ ନାମରେ ଥାନାରେ ଓଲଟା ଅଭିଯୋଗ କରିଥିଲା ।

ଆଜି ଗସ୍ତର ଦ୍ୱିତୀୟ ଦିନରେ ଯେତେବେଳେ ନଡ୍ଡା ଓ ତାଙ୍କର ସମର୍ଥକ ମାନେ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡାଇମଣ୍ଡ ହାର୍ବର ଯାଉଥିଲେ ସେତେବେଳେ ଟିଏମସି କର୍ମୀ ମାନେ ନଡ୍ଡାଙ୍କ ଗାଡି ଉପରକୁ ପଥର ମାଡ କରିବା ସହ ବିଜେପି କର୍ମୀ ମାନଙ୍କ ଉପରେ ପୁଣି ଆକ୍ରମଣ କରିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଟିଏମସି କର୍ମୀ ମାନେ ନଡ୍ଡାକୁ ରାଲିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଏହାକୁ ବିଜେପି କର୍ମୀ ମାନେ ବିରୋଧ କରିବାରୁ ତୃଣମୂଳ କଂଗ୍ରେସ କର୍ମୀ ମାନେ ସେମାନଙ୍କ ଉପରକୁ ଆକ୍ରମଣ କରିବା ସହ ନଡ୍ଡାଙ୍କ ଗାଡି ଉପରକୁ ପଥର ମାଡ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe