କନକ ବ୍ୟୁରୋ : ବିଭିନ୍ନ ସମୟରେ ଦେଖାଯାଏ ମନ୍ଦିରରେ କିମ୍ବା ଠାକୁର ପୂଜା ପାଉଥିବା ସ୍ଥାନରେ ମୂର୍ତ୍ତି କ୍ଷୀର ପିଉଥିବାର ଖବର ଆସେ । ଲୋକେ ଏହାକୁ ବିଶ୍ୱାସ କରି ଭିଡ ଜମାନ୍ତି ଏବଂ ମୂର୍ତ୍ତି କ୍ଷୀର ପିଉଥିବାକୁ ସତ ଭାବି ସେମାନେ ବି ଚାମଚରେ କିଛି କ୍ଷୀର ନେଇ ମୂର୍ତ୍ତି ସାମ୍ନାରେ ରଖନ୍ତି । ଅନେକ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳେ ।

Advertisment

ଏବେ ସେମିତି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ନନ୍ଦୀ ମୂର୍ତ୍ତି କ୍ଷୀର ପିଉଥିବା ଦେଖିବାକୁ ମିଳିଛି । ଏପରି ଏକ ଖବର ପ୍ରଚାର ହେବା ପରେ ମନ୍ଦିରରେ ଲୋକଙ୍କ ଭିଡ ଜମିଛି ଓ ସମସ୍ତେ ତତ୍ପର ହୋଇ ତେବେ ଏହା ପଛରେ କିଛି ବିଜ୍ଞାନ ସମ୍ମତ ତଥ୍ୟ ମଧ୍ୟ ରହିଛି । ଏହା ପଛରେ ରହିଛି ବୈଜ୍ଞାନିକ ତଥ୍ୟ ।

- ପଦାର୍ଥ ବିଜ୍ଞାନରେ କ୍ୟାପିଲାରି ଆକ୍ସନ ନାମକ ଏକ ଥିଓରି ରହିଛି
- କ୍ୟାପିଲାରି ଆକ୍ସନ ତରଳ ପଦାର୍ଥର ରହିଥାଏ
- ଏହା ମାଧ୍ୟାକର୍ଷଣ ଶକ୍ତିର ବିପରିତ ଦିଗରେ କାମ କରିଥାଏ
- କ୍ୟାପିଲାରି ଆକ୍ସନକୁ ସରଳ ଭାଷାରେ ବୁଝିବା
- ମନେକରନ୍ତୁ କୌଣସି ତରଳ ପଦାର୍ଥରେ ଏକ ପତଳା ପାଇପକୁ ବୁଡାଇ ଦିଆଯାଏ
- ତେବେ ସେହି ପାଇପରେ ତରଳ ପଦାର୍ଥ ଉପରକୁ ଉଠିଆସିଥାଏ
- ଏବଂ ପାଇପଟି ଯେତିକି ପତଳା ହେବ ତରଳ ପଦାର୍ଥ ସେତିକି ଉପରକୁ ଉଠିବ
- ନନ୍ଦୀ ମୂର୍ତ୍ତି କ୍ଷୀର ପିଉଥିବା ପଛରେ ଏହି କ୍ୟାପିଲାରି ଆକ୍ସନ ରହିଛି
- ଯେଉଁ ମୂର୍ତ୍ତି ଗୁଡିକ ଚିନାମାଟି, ମାଟି କିମ୍ବା ପଥରରେ ନିର୍ମିତ ସେହିକ୍ଷେତ୍ରରେ କାମ କରିଥାଏ କ୍ୟାପିଲାରି ଆକ୍ସନ
- ଏହି ମୂର୍ତ୍ତିରେ ଥିବା କଣାରେ ଯେତେବେଳେ ତରଳ ପଦାର୍ଥ ଦିଆଯାଏ ତାହା କ୍ୟାପିଲାରି ଆକ୍ସନ ଦ୍ୱାରା ଭିତରକୁ ଟାଣି ହୋଇଯାଏ
- ମୂର୍ତ୍ତି ଗୁଡିକରେ ଥିବା କଣା ଯେତିକି ଛୋଟ ହୋଇଥାଏ ତରଳ ପଦାର୍ଥ ସେତିକି ଅଧିକ ମାତ୍ରାରେ ଭିତରକୁ ଟାଣି ହୋଇଯାଏ

ନନ୍ଦୀ ମୂର୍ତ୍ତି କ୍ଷୀର ପିଉଥିବା ପଛରେ ରହିଛି ବୈଜ୍ଞାନିକ କାରଣ । ବୈଜ୍ଞାନିକ ତଥ୍ୟ ଅନୁସାରେ କ୍ୟାପିଲାରି ଆକ୍ସନ କାରଣରୁ ମୂର୍ତ୍ତି କ୍ଷୀର ପିଉଛି । ଏହି କ୍ୟାପିଲାରି ଆକ୍ସନ ପାଇଁ ମୂର୍ତ୍ତି ରେ ଥିବା କଣା ନିକଟରେ କିଛି ତରଳ ପଦାଥ୍ୟକୁ ଲଗାଇଲେ ତାହା ଆପେ ଆପେ ଭିତରକୁ ଟାଣି ହୋଇଯାଏ ।