ନୀତିଶ କୁମାରଙ୍କ ନିର୍ବାଚନୀ ସଭାରେ ପଥର ଓ ପିଆଜ ମାଡ । ଚାକିରି କଥା କହିବାରୁ ଭିଡ ଭିତରୁ ଲୋକେ ମାଡ କଲେ ପଥର ଓ ପିଆଜ 

229

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଜି ନିର୍ବାଚନୀ ସଭାରେ ଅଡୁଆ ହେବାକୁ ପଡିଛି । ନିର୍ବାଚନୀ ସଭାରେ ହୋଇଛି ପିଆଜ ଓ ପଥରମାଡ । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧୁବନୀର ହରଲାଖିରେ ନିର୍ବାଚନ ପ୍ରଚାର କରୁବା ପାଇଁ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ସଭାରେ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେତେବେଳେ ସଭାରେ ଉପସ୍ଥିତ ଲୋକେ ତାଙ୍କ ଉପରକୁ ପିଆଜ ଓ ପଥର ମାଡ କରିଥିଲେ ।

ଲୋକଙ୍କୁ ସମ୍ବୋଧନ କରି ଚାକିରି କଥା କହୁଥିବା ବେଳେ ହଠାତ ଭିଡ ଭିତରୁ ତାଙ୍କ ଉପରକୁ ପିଆଜ ଓ ପଥର ମାଡ ହୋଇଥିଲା ।  ଏପରି ପରିସ୍ଥିତିରେ ତାଙ୍କ ସୁରକ୍ଷା କର୍ମୀ ତାଙ୍କୁ କର୍ଡନ କରିଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଆଘାତ ପହଂଚିନାହି ଏବଂ ସେ ସୁରକ୍ଷିତ ଅଛନ୍ତି । ଭିଡ ଭିତରେ ଥିବା ବ୍ୟକ୍ତି ଜଣକ ନୀତିଶ ସରକାର ମଦ ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବା ନେଇ କ୍ଷୋଭ ପ୍ରକାଶ କରିବା ପରେ ଏପରିି କାଣ୍ଡ କରିଥିଲେ । ତେବେ ସ୍ଥିତିକୁ ସାମାନ୍ୟ କରିବାକୁ ଯାଇ ସେ ପିଆଜ ଫୋପାଡିବା ଜାରି ରଖନ୍ତୁ ବୋଲି କହିଥିଲେ ନୀତିଶ କୁମାର । ଏପରିକି ସେ ଯାହା ଚାହୁଁଛନ୍ତି ତାହା ତାଙ୍କୁ ଫୋପାଡିବାକୁ ଦିଅନ୍ତୁ ବୋଲି କହିଥିଲେ ନୀତିଶ ।