କନକ ବ୍ୟୁରୋ: ଅଲିମ୍ପିଆନ ପ୍ରବୋଧ ତୀର୍କିଙ୍କ ଘରୁ ଚୋରି ବେଳର ଏକ୍ସକ୍ଲୁସିଭ୍ ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରବୋଧ ତିର୍କୀଙ୍କ ବାସଭବନ ବାହାରେ ବୁଲି ବୁଲି ରେକି କରୁଛନ୍ତି ଲୁଟେରା । ସୁଯୋଗକୁ ଅପେକ୍ଷା କରି କଳାକନା ବୁଲାଇବା ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁପ୍ରିଂଟ ।
ରେକି କରିବାର କିଛି ସମୟ ଭିତରେ ଘରର ପାଚେରୀ ଡେଇଁ ଘର ଭିତରକୁ ପ୍ରବେଶ କରୁଛନ୍ତି । ଜଣଙ୍କ ପରେ ଜଣେ ଘର ଭିତରେ ପଶି ଆରମ୍ଭ କରି ଦେଉଛନ୍ତି ଲୁଟପାଟ । ଲୁଟ କରି ସାରିବା ପରେ, ଜଣଙ୍କ ପରେ ଜଣେ ପ୍ରବୋଧଙ୍କ ଘରୁ ବାହାରି ପଦାକୁ ଆସୁଛନ୍ତି । ତାପରେ ବାହାରେ ପ୍ରସ୍ତୁତ ଥିବା ଏକ ପାସେଞ୍ଜର ଅଟୋରେ ଚୋରି ଜିନିଷ ଭର୍ତି କରି ଭଦ୍ରଲୋକ ଭଳି ଚୁପ ଚାପ ସ୍ଥାନ ଛାଡି ଚାଲିଯାଉଛନ୍ତି । ତେବେ ରୋଚକ କଥା ହେଉଛି, ଅଟୋଟି ଷ୍ଟାର୍ଟ ନହେବାରୁ ତାକୁ ଠେଲି ଠେଲି ଷ୍ଟାର୍ଟ କରୁଛନ୍ତି ଲୁଟେରା । ଆଉ ଗାଡି ଷ୍ଟାର୍ଟ ହେବା ପରେ ଆଖି ପଛୁଳାକେ ଗାଏବ ହୋଇଯାଉଛନ୍ତି ।
ଏମାନେ ହେଉଛନ୍ତି ସେହି କୁଖ୍ୟାତ ଲୁଟେରା ଗ୍ୟାଙ୍ଗ,ଯେଉଁମାନେ ଦିନରେ ରେକି କରି ରାତିରେ ଅଟୋ ଆଣି ପ୍ରବୋଧଙ୍କ ଘରୁ ଲୁଟ କରିଥିଲେ । ଆଉ ପୋଲିସ ପ୍ରମାଣ ପାଇବା ପରେ ୫ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଲୁଟେରାମାନେ ହେଉଛନ୍ତି, ଗ୍ୟାଙ୍ଗ ଲିଡର ଜି. ଗଙ୍ଗା ରେଡି, ମିଲୁ ବେହେରା , ଚିତ୍ତ ଦଳେଇ, ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା । ସେମାନଙ୍କ ନିକଟରୁ ୧୪ଟି ମେଡାଲ, ଟିଭି, ଗ୍ୟାସ ସିଲିଣ୍ଡର, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏହି ଲୁଟେରା ଗ୍ୟାଙ୍ଗ ପ୍ରାବୋଧ ତୀର୍କିଙ୍କ ସମେତ ଓଏସ ଜ୍ୟୋତି ମିଶ୍ରଙ୍କ ଘରେ ପଶି କଳାକନା ବୁଲାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/gangna-raddy.jpg)