କନକ ବ୍ୟୁରୋ: ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠରୁ ଚୋରୀ । କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରୁ ବାରମ୍ବାର ଚୋରୀ ହେଉଛି । କେତେବେଳେ ଭକ୍ତଙ୍କ ମୋବାଇଲ୍ ଓ ଟଙ୍କା ଚୋରୀ ହେଉଛି ତ କେତେବେଳେ ଠାକୁରଙ୍କ ଦାନ ଅର୍ଥ । ଗତକାଲି ରାତିରେ ଗୁପ୍ତେଶ୍ୱରଙ୍କ ଦାନ ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ ଦାନ ହୁଣ୍ଡି ଭଙ୍ଗା ହୋଇଥିବା ଦେଖି ଦେବୋତ୍ତର ବିଭାଗ ଓ ରାମଗିରି ଫାଣ୍ଡିକୁ ଜଣାଇଥିଲେ ପୂଜକ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୁପ୍ତେଶ୍ୱର ପୀଠରୁ ବାରମ୍ବାର ଚୋରୀ ହେଉଛି । ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ମୋବାଇଲ ଓ ଟଙ୍କା ଲୁଟି ନେଉଛନ୍ତି ଲୁଟେରା । କିଛି ଦିନ ତଳେ କାଉଡିଆଙ୍କ ମୋବାଇଲ ଲୁଟ୍ ହୋଇଥିଲା । ପୀଠରେ ବାରମ୍ବାର ଚୋରୀ ହେଉଥିବାରୁ ଏହାର ସୁରକ୍ଷା ବଢାଇବା ପାଇଁ ଦାବି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/11_00000-11.jpg)