ଆଇପିଏଲ୍ ଖେଳିବେନି ଏହି ବଡ ଖେଳାଳି । ଜାଣନ୍ତୁ, ଲିଷ୍ଟରେ ସାମିଲ ଅଛନ୍ତି କେଉଁ କେଉଁ କ୍ରିକେଟର?

ବେନ୍ ଷ୍ଟୋକସ୍, ଜୋଫ୍ରା ଆର୍ଚର, ଜୋ ରୁଟ୍ ଓ କ୍ରିସ୍ ଗେଲ ଖେଳିବେନି ଆଇପିଏଲ୍ 

277

କନକ ବ୍ୟୁରୋ: ଆଇପିଏଲ୍ ଖେଳିବେନି ଅନ୍ତର୍ଜାତୀୟ କ୍ରିକେଟର ବଡ ଚେହେରା ।  ବେନ୍ ଷ୍ଟୋକସ୍, ଜୋଫ୍ରା ଆର୍ଚର, ଜୋ ରୁଟ୍ ଓ ମିଚେଲ ଷ୍ଟାର୍କଙ୍କ ଭଳି ବଡ ବଡ ଖେଳାଳି ଚଳିତ ବର୍ଷ ଆଇପିଏଲରେ ସାମିଲ ହେବେନି । ଏହି ଖେଳାଳିମାନେ ନିଜକୁ ଆଇପିଏଲ ନିଲାମୀଠାରୁ ଦୂରରେ ରଖିଛନ୍ତି । ଯାହା ଫଳରେ ଏହି ଖେଳାଳିଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଦାର ହୋଇଛି ।

କିଛି ଦିନ ତଳେ ଇଂଲଣ୍ଡର ଖେଳାଳି ଜୋ ରୁଟ୍ ଏନେଇ ସୂଚନା ଦେଇଥିଲେ । ଆସେସ୍ ସିରିଜରେ ଇଂଲଣ୍ଡର ଖରାପ ପ୍ରଦର୍ଶନ ପରେ ସେ ଟେଷ୍ଟ କ୍ରିକେଟକୁ ଅଧିକ ଫୋକସ୍ ଦେବା କଥା କହିଥିଲେ । ତା ସହିତ ସେ ଆଇପିଏଲ୍ ଖେଳିବେନି ବୋଲି କହିଥିଲେ । ତେବେ ରୁଟଙ୍କ ପରେ ଷ୍ଟୋକସ୍, ଆର୍ଚର ଓ ଷ୍ଟାର୍କ ଆଇପିଏଲକୁ ବାଏ ବାଏ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିା

ତେବେ ଏହି ଖେଳାଳିଙ୍କୁ ଛାଡିଦେଲେ ଅଷ୍ଟ୍ରେଲିଆର ଖେଳାଳି ପ୍ୟାଟ୍ କମିନ୍ସ, ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥଙ୍କ ଭଳି ଖେଳାଳି ଆଇପିଏଲ୍ ଖେଳିବା ପାଇଁ ନାଁ ରେଜିଷ୍ଟ୍ରେସନ୍ କରିଛନ୍ତି । ତାଙ୍କ ସହିତ କ୍ୱିଣ୍ଟନ ଡି କକ୍, ଫାଫ୍ ଡୁ ପ୍ଲେସିସ୍, ମାର୍କ ଉଡଙ୍କ ଭଳି ଖେଳାଳି ମଧ୍ୟ ଏଥର ନିଲାମ ପ୍ରକ୍ରିୟାରେ ଭାଗ ନେବେ । ତାଙ୍କ ସହିତ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର କାଗିସୋ ରାବାଡା ଓ ଲୁଙ୍ଗି ଇଙ୍ଗିଡି ମଧ୍ୟ ଆଇପିଏଲ୍ ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଏଥର ଆଇପିଏଲରେ ଦର୍ଶକମାନେ କାରବିଆନ୍ କିଙ୍ଗ୍ କ୍ରିସ୍ ଗେଲଙ୍କୁ ଦେଖିବାକୁ ପାଇବେନି । ସେ ନିଜକୁ ଏଥର ଆଇପିଏଲଠାରୁ ଦୂରରେ ରଖିବା ସହିତ ଖେଳାଳି ନିଲାମ ପାଇଁ ନିଜର ନାଁ ରେଜିଷ୍ଟ୍ରେସନ୍ କରିନାହାଁନ୍ତି । ହେଲେ ତାଙ୍କ ସାଥୀ ଖେଳାଳି ଡ୍ୱେନ୍ ବ୍ରାଭୋ ୨ କୋଟି ବେସ୍ ପ୍ରାଇସ୍ ରଖି ନିଲାମ ପକ୍ରିୟାରେ ଭାଗ ନେଇଛନ୍ତି । ଏମାନଙ୍କ ସହିତ ତମାମ ଭାରତୀୟ ଓ ବିଦେଶୀ ଖେଳାଳି ମଧ୍ୟ ଏଥର ନିଲାମରେ ଭାଗ ନେବାକୁ ନାଁ ରେଜିଷ୍ଟ୍ରେସନ୍ କରିଛନ୍ତି । ହେଲେ ଯେଉଁ ବଡ ବଡ ଖେଳାଳି ନିଜ ନାଁ ନିଲାମ ପ୍ରକ୍ରିୟାଠୁ ଦୂରରେ ରଖିଛନ୍ତି, ଏବେ ସେମାନଙ୍କୁ ନେଇ ଚର୍ଚ୍ଚା ବଢିଛି ।