ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ : ଟିକା ଅଭାବରୁ ହାତ ଟେକିଦେଲେ ୧୧ ରାଜ୍ୟର ସରକାର

କେନ୍ଦ୍ର କହିଲା ଟିକା ଦେବା କ୍ଷମତା ଅନୁସାରେ କରାଯାଉଛି ବଂଟନ; ଏପଟେ ଆଇଏସବିର ରିପୋର୍ଟ ଦେଶରେ ଜୁଲାଇ ଯାଏଁ ରହିବ ଟିକା ଅଭାବ ସମସ୍ୟା

167

କନକ ବ୍ୟୁରୋ : ଆଜିିଠୁ ଦେଶରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ହେଲେ ଟିକା ଅଭାବ ବଡ ସମସ୍ୟା ହୋଇ ରାଜ୍ୟ ସରକାରଙ୍କ ପାଖରେ ଉଭା ହୋଇଛି । ଟିକା ନଥିବାରୁ ୧୧ଟି ରାଜ୍ୟ ସରକାର ଆଜି ତୃତୀୟ ପର୍ଯ୍ୟାୟ ଟିକାକରଣ କରିହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ଆଇଏସବି ନୀତି ଆୟୋଗକୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛି, ଦେଶରେ ଜୁଲାଇ ଯାଏଁ ଟିକା ଅଭାବ ସମସ୍ୟା ଲାଗି ରହିବ ।

ଦିଲ୍ଲୀ, ଓଡ଼ିଶା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବରେ ୧୮ରୁ ୪୪ ବର୍ଷ ବୟସ୍କ ବର୍ଗର ନାଗରିକମାନଙ୍କୁ ଦିଆଯିବା ନିମନ୍ତେ ଯଥେଷ୍ଟସଂଖ୍ୟକ ଟିକା ନାହିଁ । ତେଣୁ, ଏ ମାସର ଅନ୍ୟ କୌଣିସ ତାରିଖରେ ସେମାନେ ଏହି ଅଭିଯାନ ଆରମ୍ଭ କରିବେ । ଏହାଛଡ଼ା, ବଛା ବଛା କେତୋଟି ଜିଲ୍ଲାରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ ବୋଲି କେତେକ ରାଜ୍ୟ ମଧ୍ୟ ଘୋଷଣା କରିଛନ୍ତି ।

ସେହିଭଳି, ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍ କହିଛି ଯେ, ସୀମିତସଂଖ୍ୟକ ଟିକା ଥିବାରୁ ଆଜି ମାତ୍ର ୫ଟି କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହେବ । କେରଳରେ ମଧ୍ୟ ଆଜି ଏହି ଟିକାକରଣ ଅଭିଯାନ ଆରମ୍ଭ ‌ନ ହେବାର ଆଶଙ୍କା ଅଛି ବୋଲି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଛନ୍ତି ।