କନକ ବ୍ୟୁରୋ: ଆଜି ପୁଣି ସେୟାର ବଜାରରେ ଉତ୍ସାହ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ତ୍ରୈମାସିକ ନୀତି ଘୋଷଣା କରିବା ପରେ, ଭାରତୀୟ ସେୟାର ବାଜରରେ ଉତ୍ସାହ ଦେଖାଦେଇଛି । ଆରବିଆଇ ଏହାର ତ୍ରୈମାସିକ ନୀତିରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି । ତେଣୁ ଭାବାବେଗ ସହ ଜଡିତ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ଉପରମୁହାଁ ହୋଇଛି ଉଭୟ ସେନସେକ୍ସ ଓ ନିଫ୍ଟି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ- ନିଫ୍ଟି ରେକର୍ଡ ସ୍ତରରେ ପହଂଚିଛି । ଆଜି କାରବାର ପରେ ରେକର୍ଡ ୨୧ ହଜାର ସ୍ତରକୁ ଛୁଇଁଛି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ । ସେହିପରି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ମଧ୍ୟ ୭୦ ହାଜର ପାଖାପାଖି ପହଂଚି ଯାଇଛି । ଆଜି କାରବାର ଆରମ୍ଭ ପରେ ବିଏସଇ ସେନସେକ୍ସରେ ୩୦୦ ପଏଂଟ ବୃଦ୍ଧି ଆସିଥିଲା । ୬୯ ହଜାର ୮୨୧ରେ ପହଂଚିଥିଲା ବିଏସଇ ସେନସେକ୍ସ ।

Advertisment