ସେୟାର ମାର୍କେଟରେ ରେଡର୍କ ହ୍ରାସ: ୯୫୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

148

କନକ ବ୍ୟୁରୋ: ବିଶ୍ୱ ବଜାରରେ ମାନ୍ଦାବସ୍ଥା ଲାଗିରହିଥିବା ବେଳେ ସୋମବାର ଭାରତ ତଥା ଏସିଆ ଏବଂ ୟୁରୋପିଆନ୍ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାହା ଫଳରେ ସୋମବାର ସେୟାର ମାର୍କେଟରେ ହଠାତ୍ ମୂଲ୍ୟ ହ୍ରାସ ଘଟଛି । ଭାରତରେ ସେନସେକ୍ସ ୯୫୦ ପଏଂଟ ତଳକୁ ଖସିଥିବା ବେଳେ ନିଫ୍ଟି ୩୧୦ ପଏଂଟ ତଳକୁ ଖସିଛି । ଲଗାତାର ଭାବେ ସୋମବାର ପଂଚମ ଦିନରେ ବଜାରରେ ମାନ୍ଦାବସ୍ଥା ଯୋଗୁ ଟଙ୍କାର ମୂଲ୍ୟ ୧ ଦଶମିକ. ୭ ପ୍ରତିଶତ ହ୍ରାସ ପାଇଛି । ଫଳରେ ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୧ ଟଙ୍କା ୫୦ ପଇସା ଛୁଇଁଛି । ସେନସେକ୍ସ ୯୫୦ ପଏଂଟ ତଳକୁ ଖସି ୫୭ ହଜାର ୧୪୫ ପଏଂଟରେ ପହଂଚିଥିବା ବେଳେ ନିଫ୍ଟି ୩୧୧ ପଏଂଟ ତଳକୁ ଖସି ୧୭ ହଜାର ୧୬ ପଏଂଟରେ ପହଂଚିଛି । କେବଳ ଆଇଟି ସେକ୍ଟରକୁ ଛାଡି ବ୍ୟାଙ୍କ, ତେଲ, ଗ୍ୟାସ, ଅଟୋମୋବାଇଲ ସହ ବାକି ସବୁ କ୍ଷେତ୍ରରେ ବଜାର ହ୍ରାସ ଘଟିଛି । ଆଜି ସେସନରେ ଏଚସିଏଲ ଟେକ୍, ଇନଫୋସିସ୍ ଏବଂ ଏସିଆନ ପେଂଟ ସେୟାରର ୧ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଆଦାନୀ ପୋର୍ଟର ୬ ପ୍ରତିଶତ ଏବଂ ଟାଟା ମୋଟର୍ସ, ହିଣ୍ଡାଲକୋ ଏବଂ ମାରୁତି ୫ ପ୍ରତିଶତରୁ ଅଧିକ କ୍ଷତି ଘଟିଛି ।