କନକ ବ୍ୟୁରୋ: ସେୟାର ମାର୍କେଟରେ ବଡ଼ ଧରଣର କ୍ରାସ୍। ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି। ତାସ୍ ଘର ପରି ଭୁଶୁଡ଼ିପଡ଼ିଲା ୧୦ଟି ସେୟାର। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଆଜି ବଜାର ଆରମ୍ଭରୁ ଖସିଲା ସେୟାର ବଜାର। ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି। ସେନ୍ସେକ୍ସ ୧୬ ଶହ ୨୭ ପଏଣ୍ଟ ସହ ୨ ଦଶମିକ ୦୧ ପ୍ରତିଶତ ଖସି ୭୯ ହଜାର ୩୫୪ ଓ ନିଫ୍ଟି ୫୦୨ ଅଙ୍କ ସହ ୨ ଦଶମିକ ୦୩ ପ୍ରତିଶତ ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। କେବଳ ଭାରତ ନୁହଁ ସାରା ବିଶ୍ୱରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ଭାରତଠୁ ଆମେରିକା ପର୍ୟ୍ୟନ୍ତ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us