ଆଜି ମୁମ୍ବାଇରେ ଭାରତ ଚୀନ ଲଢ଼େଇ ! ମୁହାଁମୁହିଁ ହେବେ ମୁଷ୍ଟି ଯୋଦ୍ଧା ବିଜେନ୍ଦର ଓ ଜୁଲପିକର

35

କନକ ବ୍ୟୁରୋ: ଆଜି ମୁମ୍ବାଇରେ ଭାରତ ଓ ଚୀନ୍ ଲଢେଇ । ସୀମାରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ହେବ ବିଜେନ୍ଦର ଓ ଜୁଲପିକରଙ୍କ ମଧ୍ୟରେ ଲଢେଇ । ବକ୍ସି ରିଂକୁ ଚୀନର ଜୁଲପିକର ମାଇମାଇତିଆଲୀଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛନ୍ତି ଡବ୍ଲୁବିଓ ଏସିଆ ପାସିଫିକ ମିଡିଲ ୱେଟ ଟାଇଟଲ ବିଜେତା ବିଜେନ୍ଦର ସିଂହ ।

ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ମାତ୍ର ୪୫ସେକେଣ୍ଡ ଭିତରେ ଏହି ମ୍ୟାଚକୁ ଶେଷ କରିବାକୁ ଆହ୍ୱାନ ଦେଇଛନ୍ତି ୩୧ବର୍ଷୀୟ ବିଜେନ୍ଦର । ଏଥିପାଇଁ ବୁଧବାର ପ୍ରଶିକ୍ଷକ ଲି ବିଅର୍ଡଙ୍କ ତତ୍ତ୍ୱାବଧାନରେ ଜୋରଦାର ଅଭ୍ୟାସ କରିଛନ୍ତି । ବିଜେନ୍ଦରଙ୍କ ପ୍ରତିଦ୍ୱନ୍ଦୀ ୨୨ବର୍ଷୀୟ ଜୁଲପିକର ଡବ୍ଲୁବିଓ ଓରିଏଂଟାଲ ସୁପରୱେଟ ମିଡିଲୱେଟ ଟ୍ରଫି ବିଜେତା ହୋଇଥିବାରୁ ଏହି ମ୍ୟାଚ ବେଶ ସଂଘଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।