ଧରାପଡିଲେ ଡ୍ରଗ୍ସ କୁଇନ୍: ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ରହି କରୁଥିଲେ ଧଳାଜହର କାରବାର

ହାଇନାରା ଖାତୁନଙ୍କୁ ଗିରଫ କଲା ଏସଟିଏଫ

1,167

କନକ ବ୍ୟୁରୋ: ଧରାପଡିଲା ଡ୍ରଗ୍ସ କୁଇନ୍ । ଭୁବନେଶ୍ୱରରୁ ଧରାପଡିଛି ଧଳାଜହର କାରାବାର କରୁଥିବା ମହିଳା ମାଫିଆ ହାଇନାରା ଖାତୁନ । ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଆସି ଖାତୁନ ଲକ୍ଷ୍ମୀସାଗରର ହଳଦିପଡିଆ ବସ୍ତିରେ ରହି ଏହି କାରବାର ଚଳାଇଥିଲା । ଅନ୍ୟ ମାମଲାରେ ବି ଖାତୁନକୁ ଖୋଜୁଥିଲା କ୍ରାଇମବ୍ରାଂଚ ଏସଟିଏଫ । ଡ୍ରଗ୍ସ କାରବାର ଘଟଣାରେ ପୂର୍ବରୁ ଦୁଇଜଣ ଗିରଫ ହୋଇସାରିଛନ୍ତି ।

ସେପଟେ ପୋଲିସ କବଜାରେ କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ରାଜା । ବାଲାଂଦେଶରୁ ବ୍ରାଉନସୁଗାର ବା ଧଳାଜହର ଆଣି ସାରା ରାଜ୍ୟରେ କରୁଥିଲା କାରବାର । ସହଯୋଗୀଙ୍କୁ ପୁଳାପୁଳା ଟଙ୍କା ଦେଇ ନିଶାବେପାରୀଙ୍କ ପାଖରେ ପହଁଚାଉଥିଲା ଡ୍ରଗ୍ସ । ଆଉ ପୋଲିସକୁ ଚକମା ଦେଇ ଏ ସହରରୁ ସେ ସହରକୁ ବୁଲୁଥିଲା ରାଜା । ଆୁ ରାଜାକୁ ଗିରଫ କରିବା ପରେ ଧିରେ ଧିରେ ଖୋଲୁଛି ନିଶା ନେଟୱାର୍କର ଗୁମର । ପୋଲିସର ମୋଷ୍ଟୱାଂଟେଡ ଏହି କୁଖ୍ୟାତ ନିଶା ବେପାରୀକୁ ଗତକାଲି ଖଣ୍ଡଗିରି ଥାନା ଅନ୍ତର୍ଗତ ପଦ୍ମପୁରରୁ ଗିରଫ କରିଥିଲା ଏସଟିଏଫ୍ । ଗିରଫ ପରେ ତାଠାରୁ ୧ଲକ୍ଷ ଟଙ୍କା, ଗୁଳିଭର୍ତି ପିସ୍ତଲ, ୧୩୦ ଗ୍ରାମ ବ୍ରାଉନସୁଗାର, ୬ଟି ମୋବାଇଲ ଫୋନ୍ ଜବତ କରିଥିଲା ପୁଲିସ।