କନକ ବ୍ୟୁରୋ : ବ୍ରାଉନସୁଗାର କାରବାର ଓ ଚୋରାଚାଲାଣ ରୋକିବାରେ ଏସଟିଏଫ ସଫଳ ହୋଇଛି । ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ନିଆଯିବ । ଡଗ୍ସ କାରବାର ଦମନରେ ଏସଟିଏଫର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା କହିବା ସହ ପ୍ରେସମିଟରେ ପ୍ରଶଂସା କରିଛନ୍ତି ଡିଜି ଅଭୟ ।
ଏହା ଛଡ଼ା ଚୋରାଚାଲଣ ରୋକିବାକୁ ଅଧିକ ଏସଟିଏଫ ନିଯୁକ୍ତ ଦେବାକୁ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି । ଏସଟିଏଫ ପାଇଁ ୨୭ଟି ନୂଆପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଏସଟିଏଫର ଡେଡିକେଟେଡ ଡଗ୍ସ ନାରକୋଟିକ ୟୁନିଟ ପ୍ରସ୍ତାବକୁ ମଂଜୁରୀ ମିଳିଥିବାରୁ ମୁଖ୍ୟମନ୍ତ୍ରୀକୁ ଧନ୍ୟବାଦ ଜଣାଇଛନ୍ତି ପୁଲିସ ଡିଜି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/15-7.jpg)