ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧.୪୩ କିଲୋଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

Advertisment
ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧.୪୩ କିଲୋଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

କନକ ବ୍ୟୁରୋ : ଭୁବନେଶ୍ବରର ଏସଟିଏଫ୍ ଟିମ୍ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଟାଙ୍ଗୀ ନିକଟରେ ଏସଟିଏଫ୍ ଟିମ୍ ଚଢ଼ାଉ କରି ୧ କିଲୋଗ୍ରାମ୍ ୪୩ ଗ୍ରାମ୍ ଓଜନର  ବ୍ରାଉନସୁଗାର ଜବତ କରିଥିଲା । ଏହି ମାମଲାରେ ସଫିକୁଲ୍ ଓରଫ ଶେଖ୍ ଖୋକନ୍ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତର ଘର ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳରେ ବୋଲି ଜଣାଯାଇଛି ।

ଆଜି ଅଭିଯୁକ୍ତକୁ ସ୍ବତନ୍ତ୍ର ଜଜ୍ ତଥା ଜିଲ୍ଲା ସେସନ୍ ଜଜ୍, କଟକଙ୍କ କୋର୍ଟରେ ହାଜର କରାଯିବ।ସୂଚନାଯୋଗ୍ୟ, ଗତ ୨୦୨୦ ମସିହା ପରଠାରୁ, ବେଆଇନ୍ ନିଶାଦ୍ରବ୍ୟ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭରେ ୪୧ କେଜିରୁ ଅଧିକ ବ୍ରାଉନ୍ ସୁଗାର ଏବଂ ୮୬ କ୍ୱିଣ୍ଟାଲରୁ ୮୧ କିଲୋଗ୍ରାମ ଗଞ୍ଜାଇ ଏସଟିଏଫ୍ ପକ୍ଷରୁ ଜବତ କରାଯାଇଛି । ଏଭଳି ମାମଲାରେ ୧୦୦ରୁ ଅଧିକ ଡ୍ରଗ୍ ଡିଲରଙ୍କୁ ଗିରଫ କରିଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe