କନକ ବ୍ୟୁରୋ: କାହ୍ନୁର କାରନାମା ଖୋଲିଲା ଏସଟିଏଫ । କାହ୍ନୁ ଚରଣ ପ୍ରଧାନ ପରିଚୟ ବଦଳାଇ ଠକେଇ କରୁଥିବା ଅଭିଯୋଗ ହୋଇଛି । କେତେବେଳେ ଏନଏଚଏଆଇର ସିଜେଡିଏମ ତ ଆଉ କେତେବେଳେ ସିସିଏମ କହି ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନୁ । ସେହିପରି ଭୁନେଶ୍ୱର ମୁନସିପାଲଟି କର୍ପୋରେସନର ସିସିଏମ, ରାଜ୍ୟ ସରକାରଙ୍କ ଆସିଷ୍ଟାଂଟ ଡାଇରେକ୍ଟର, ଗୃହ ବିଭାଗର ଏସ, ଏସଟି ୱେଲଫେୟାର ଚେୟାରମ୍ୟାନ ହୋଇ ଲୋକଙ୍କ ଠାରୁ ଲୁଟ୍ କରିଛି କାହ୍ନ । କାହ୍ନୁ ଠାରୁ ୬ଟି ନକଲି ଆଇକାର୍ଡ ଜବତ ଏସଟିଏଫ । ଏହା ସହ ଚାନ୍ଦପୁର ଥାନାରେ ହତ୍ୟା, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ବଡ଼ ବଡ଼ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି ।