ଏସଟିଏଫକୁ ବଡ଼ ସଫଳତା । ବାଲେଶ୍ୱରରେ ୨ କେଜି ୭୦୦ ଗ୍ରାମର ଧଳା ଜହର ଜବତ, ଆନୁମାନିକ ମୂଲ୍ୟ ୨ କୋଟି ୭୦ ଲକ୍ଷ, ୨ ଜଣଙ୍କୁ ଗିରଫ କଲା ଏସଟିଏଫ ।

340

କନକ ବ୍ୟୁୃରୋ: ଏସଟିଏଫକୁ ବଡ଼ ସଫଳତା । ବାଲେଶ୍ୱର ନୀଳଗିରିରେ ଚଢ଼ାଉ କରି ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି ଓଡ଼ିଶା ପୋଲିସର ସ୍ପେଶାଲ ଟାକ୍ସ ଫୋର୍ସ । । ସୂଚନା ମୁତାବକ ଗତକାଲି ବାଲେଶ୍ଵର ନୀଳଗିରିରେ ଚଢ଼ାଉ କରି ଏସଟିଏଫକୁ ଏହି ସଫଳତା ମିଳିଥିବା କହିଛନ୍ତି ପୋଲିସ ଡିଜି ।

ସବୁଠାରୁ ବଡ଼ କଥା ହେଲା ବିଗତ କିଛି ମାସ ଭିତରେ ଧଳାଜହରର କାରବାର କାୟା ମେଲାଉଥିବାବେଳେ ଓଡ଼ିଶା ଏହାର ଚେର ପାଖରେ ପହଁଚିବାକୁ ରଣନୀତି କରୁଛି ଏସଟିଏଫ୍ । ତେଣୁ ଗତକାଲି ଖବର ମିଳିବା ପରେ ବାଲେଶ୍ୱର ନୀଳଗିରିରେ ଚଢ଼ାଉ କରିଥିଲା ଏସଟିଏଫ । ଆଉ ୨ ହୋଲସେଲରଙ୍କୁ ଗିରଫ ବେଳେ ସେମାନଙ୍କ ନିକଟରୁ ୨, ୭୨୯ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏମାନଙ୍କ ପଛରେ ଓ ଆଗରେ କେଉଁ ମାନଂକ ହାତ ରହିଛି ଖୋଲତାଡ଼ ଚାଲିଛି ।

କେବଳ ଏତିକି ନୁହେଁ ବାଲେଶ୍ୱରକୁ କେମିତି ଆସୁଛି ବ୍ରାଉନସୁଗାର ସେନେଇ ଅନ୍ୟ ରାଜ୍ୟର ପୋଲିସ ସହ ଯୋଗାଯୋଗ କରାଯାଇଛି । ଗତ ୪ବର୍ଷ ଭିତରେ ରାଜ୍ୟ ପୋଲିସ ମୋଟ ୬ କିଲୋ ରୁ କମ ବ୍ରାଉନସୁଗର ଜବତ ହୋଇଥିବା ବେଳେ, ଚଳିତ ବର୍ଷ ୩ ମାସ ମଧ୍ୟରେ ରେ ୬ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଧରିବାରେ ସଫଳ ହୋଇଛି ଏସଟିଏଫ୍ ବୋଲି କହିଛନ୍ତି ପୋଲିସ୍ ଡିଜି ।