ନିଶା ମାଫିଆଙ୍କୁ ନିସ୍ତାର ନାହିଁ । ନିଶା ମାଫିଆଙ୍କୁ ଖୋଜି ଖୋଜି ଧରୁଛି ଏସଟିଏଫ ।

153

କନକ ବ୍ୟୁରୋ: ନିଶା ମାଫିଆଙ୍କୁ ନିସ୍ତାର ନାହିଁ । ନିଶା ମାଫିଆଙ୍କୁ ଖୋଜି ଖୋଜି ଧରୁଛି ଏସଟିଏଫ୍ । ନିଶା ମାଫିଆ ଓ ବନ୍ଧୁକ ବେପ।।ରୀ ଏମ୍.ଡି ସଦାମ ଓ ଚିତରଞ୍ଜନ ବେହରାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ପିପିଲି ଦାନଗୋହୀରି’ର ଏମ.ଡି ସଦାମ ବିରୋଧରେ ପୂର୍ବରୁ ଏନଡିପିଏସ୍ ଓ ଆମ୍ସ ଆକ୍ଟରେ ମାମଲା ରୁଜୁ କରିଥିଲା । ୨୦୨୨ ମସିହା ଜାନୁୟାରୀ ୨୫ ତାରିଖରେ ଛାପା ମାରି ୩ କେଜି ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା ଏସଟିଏଫ୍ । ସେହିପରି ତା’ ପାଖରୁ ୩ଟି ୭ଏମ୍ଏମ୍ ପିସ୍ତଲ୍ ଜବତ କରିଥିଲା । ସେଦନିରୁ ଫେରାର ଥିଲା ଏମ୍.ଡି ସଦାମକୁ ଆଜି ଏସ୍ଟିଏଫ୍ ଗିରଫ କରିଛି । ସେହିପରି ନୟାଗଡ଼ ଗୋପାଳପ୍ରସାଦର ଚିତରଞ୍ଜନ ବେହେରାଙ୍କ ନାଁରେ ବି ଏକାଧିକ ସଂଗୀନ ମାମଲା ରହିଛି । ୨୦୨୧ ଡିସେମ୍ବର ୨୦ରେ ଏକ କେଜିରୁ ଅଧିକ ବ୍ରାଉନସୁଗର ତା’ ପାଖରୁ ଜବତ ହୋଇଥିଲା । ଫେରାର୍ ଥିବା ଚିତରଞ୍ଜନକୁ ମଧ୍ୟ ଗିରଫ କରିଛି ଏସଟିଏଫ୍ ।