ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ : ଡ଼ିଲ୍ ବେଳେ ଧରାପଡ଼ିଲେ ଚାଲାଣକାରୀ, ବଜ୍ରକାପ୍ତା ଉଦ୍ଧାର

201

କନକ ବ୍ୟୁରୋ : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡ଼ି ଜବତ କରିଛି ଏସଟିଏଫ । ୨ଜଣ ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ଏସଟିଏଫ । ଖୋର୍ଦ୍ଧା ପିତାପଲି ଅଂଚଳରେ ବଜ୍ରକାପ୍ତା ଡ଼ିଲ ବେଳେ ଏସଟିଏଫ ହାତରେ ଧରାପଡ଼ିଛନ୍ତି ଚୋରାଚାଲାଣକାରୀ । ଅଭିଯୁକ୍ତ କୈଳାସ ଖୋସଲା ଓ ଚୈତନ୍ୟ ଭତ୍ରାଙ୍କୁ ଗିରଫ କରିଛି ଏସଟିଏଫ । ଗତ ଏକ ବର୍ଷ ଭିତରେ ଏସଟିଏଫ ୧୬ଟି ବାଘ ଛାଲ ଓ ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା ଓ ୫ଟି ଜୀବନ୍ତ ପାଙ୍ଗୋଲିନ, ୧୫ କେଜି ପାଙ୍ଗୋଲିନ୍ କାତି ସହ ୩୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ ।