କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନକଲି ନୋଟ୍ ରାକେଟ୍ । ଟିଟଲାଗଡ ବସଷ୍ଟାଣ୍ଡ ନିକଟରୁ ମାଷ୍ଟର ମାଇଣ୍ଡ ଲିଙ୍ଗରାଜ ବେହେରାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ନିକଟରୁ ୩୧ ଲକ୍ଷ ୨୭ ହଜାର ଟଙ୍କାର ଜାଲ ନୋଟ୍ ଜବତ ହୋଇଛି । ଯେଉଁଥିରେ କେବଳ ୫୦୦ ଟଙ୍କିଆ ନୋଟ୍ ରହିଛି । ଜବତ ନକଲି ନୋଟକୁ ପଶ୍ଚିମବଙ୍ଗରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ଼କୁ ଯାଞ୍ଚ ପାଇଁ ପଠାଯିବ । ବର୍ତମାନ ସୁଦ୍ଧା ଏସଟିଏଫ ଦ୍ୱାରା ୭୮ ଲକ୍ଷ ୭୦ ହଜାର ୬୦୦ଟଙ୍କାର ନକଲି ନୋଟ ଜବତ ହୋଇଛି ।
ଏସଟିଏଫ କବଜାରେ ନକଲି ନୋଟ୍ ରାକେଟ୍। ୩୧ ଲକ୍ଷ ୨୭ ହଜାର ଟଙ୍କାର ଜାଲ ନୋଟ୍ ଜବତ।
/kanak/media/post_attachments/wp-content/uploads/2023/02/vlcsnap-2023-02-03-15h16m30s225.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)