ଏସଟିଏଫ ପଂଝାରେ ବାଘଛାଲ ବେପାରୀ । ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ସ୍ପେଶାଲ ଟାସ୍କ ଫୋର୍ସ । ୨ଟି କଲରାପତରିଆ ବାଘ ଛାଲ ଜବତ ।
କନକ ବ୍ୟୁରୋ: ଏସଟିଏଫ ପଂଝାରେ ବାଘଛାଲ ବେପାରୀ । ବାଘ ଛାଲ ଚାଲାଣବେଳେ ୨ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଗିରଫ ୨ ଅଭିଯୁକ୍ତ ହେଲେ ବିକ୍ରମ ମାଝୀ ଓ ରାଜା ମାଝୀ । ସେମାନଙ୍କ ନିକଟରୁ ୨ଟି କଲରା ପତରିଆ ବାଘ ଛାଲ ଜବତ ହୋଇଛି । ଜବତ ବାଘ ଛାଲକୁ ବାୟୋଲଜିକାଲ ଟେଷ୍ଟ ପାଇଁ ଡେରାଡୁନ୍ ପଠାଯିବ ବୋଲି ସୂଚନା ମିଳିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏସ୍ଟିଏଫ୍ କେସ୍ ନମ୍ବର ୨୭, ଦଫା ୩୭୯, ୪୧୧, ୧୨୦ବି ସହ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଆଧାରରେ ମାମଲା ରୁଜୁ କରିଛି । ରାୟଗଡା ଏସଡିଜେମ୍ କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଯିବ ବୋଲି ସୂଚନା ରହିଛି । ଆଗକୁ ପଶୁ ଶିକାର ନେଇ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରିବ ଏସଟିଏଫ । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା କରାଯିବ ବୋଲି ଏସଟିଏଫ୍ ପକ୍ଷରୁ କୁହାଯାଇଛି ।