ଏସଟିଏଫ ହାତରେ ଧରାପଡ଼ିଲେ ଚୋରା ବନ୍ଧୁକ ବେପାରୀ ।ଦୁଇଜଣ ବନ୍ଧୁକ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଏସଟିଏଫ ।

196

କନକ ବ୍ୟୁରୋ : ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦ୍ଦଫାଶ କରିଛି ଏସଟିଏଫ । ଚୋରା ବନ୍ଧୁକ କାରବାର ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି । ତାଙ୍କ ପାଖରୁ ସେଭେନ ଏମଏମ ଅଟୋମେଟିକ ପିସ୍ତଲ ୫ଟି, ୭ଟି ମ୍ୟାଗାଜିନ୍,  ୭ଟି ଗୁଳି ଜବତ କରାଯାଇଛି । ଗିରଫ ଦୁଇ ମାଫିଆ ହେଉଛନ୍ତି ବିହାରର ରବୀନ୍ଦ୍ର ପ୍ରସାଦ ମୁଙ୍ଗେର ଓ ବାଲେଶ୍ୱର ଶ୍ରୀକ୍ୃଷ୍ଣପୁରର ବିଶ୍ୱନାଥ ବିଷୋୟୀ ।

କୌଣସି ସୂତ୍ରରୁ ଚୋରା ବନ୍ଧୁକ କାରବାର ନେଇ ଖବର ପାଇ ଭଦ୍ରକ ରାଣିତାଲ ପାଖରେ ଦୁଇ ଅଭିଯୁକ୍ତଙ୍କ ଧରିଥିଲା ଏସଟିଏଫ । ତାଙ୍କ ପାଖରୁ ଚୋରା ବନ୍ଧୁକ ଓ ଗୁଳି ଜବତ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏକ ବର୍ଷ ଭିତରେ ଚୋରା ବନ୍ଧୁକ କାରବାର ଉପରେ ଏସଟିଏଫ ଚଢାଉ କରି ୨୭ ବନ୍ଧୁକ ଓ ୬୧ ଗୁଳି ଜବତ କରିବା ସହ ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ବହୁ ଅପରାଧୀଙ୍କୁ ଗିରଫ କରିଛି ।