ନକଲି ଔଷଧ କାରବାର ମାମଲାରେ ଏସଟିଏଫର ଗିରଫଦାରୀ । କ୍ରାଇମବ୍ରାଞ୍ଚ ଏଡିଜି କହିଲେ, ମେଡିଲଏଡ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ୩ ଜଣ ଗିରଫ ।

134

କନକ ବ୍ୟୁରୋ : ନକଲି ଔଷଧ କାରବାର ମାମଲାରେ ଏସଟିଏଫର ଗିରଫଦାରୀ । ଅଭିଯୋଗ ଓ ପ୍ରମାଣ ଆଧାରରେ ୩ ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱାଙ୍କ କହିବା ଅନୁସାରେ ମେଡିଲଏଡ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛନ୍ତି ଏସଟିଏଫ ଟିମ୍ । ଏମାନେ ନକଲି ଫାଭି-ମାକ୍ସ ଔଷଧ କିଣି ଓଡିଶା ବଜାରରେ ବିକ୍ରି ପାଇଁ ଯୋଜନା କରୁଥିବା ନେଇ ଅଭିଯୋଗ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଗୋଟିଏ ଷ୍ଟ୍ରିଫ୍ ଫାଭି-ମାକ୍ସ ଔଷଧକୁ ମାତ୍ର ୬୫ ଟଙ୍କାରେ କିଣି ୧୨ ଶହ ୯୦ ଟଙ୍କାରେ ରୋଗୀଙ୍କୁ ବିକ୍ରି କରିବାକୁ ଯୋଜନା କରିଥିଲେ ଏହି ଅଭିଯୁକ୍ତ ମାନେ । କଟକର ଏକ ମେଡିସିନ ଦୋକାନରୁ ନକଲି କରୋନା ଔଷଧ ଜବତ ହେବା ପରେ ତଦନ୍ତ ଜାରି ରହିଛି । ମହାରାଷ୍ଟ୍ର-ପଶ୍ଚିମବଙ୍ଗ ଓ ଓଡିଶାରେ ତଦନ୍ତ କରାଯାଉଛି । ପୂର୍ବରୁ ଏହି ଘଟଣାରେ ମୁମ୍ବାଇ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା କରିବା ପାଇଁ ଏସଟିଏଫ ଟିମ୍ ମୁମ୍ବାଇ ଯାଇଥିଲେ ।