ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ କରୋନା ଭୁତାଣୁକୁ ସଂକ୍ରମଣ କରିଥିବା ବ୍ୟକ୍ତିଙ୍କ ଫଟୋ ଜାରି : ଅଜାଣତରେ ଅନେକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଗଲେ ଏହି ବ୍ୟକ୍ତି ।

665

କିଛି ଦିନ ତଳେ ବ୍ରିଟେନ୍ ରେ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ , ଚିକିତ୍ସକଙ୍କ ଟିମ୍ ଜୋରସୋରରେ ଖୋଜିବା ଆରମ୍ଭ କରିଦେଇଥିଲେ । ବ୍ୟକ୍ତି କୌଣସି ଗୁଣ୍ଡା କି ଅପରାଧି ନଥିଲେ ତାଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ଅଜାଣତରେ କରୋନା ଭାଇରସ୍ ସଂକ୍ରମଣ କରାଉଛନ୍ତି । ବର୍ତ୍ତମାନ ଉକ୍ତ ବ୍ୟକ୍ତି ଜଣକ ଲଣ୍ଡନର ହସ୍ପିଟାଲରେ ଚିକିତ୍ସା ହେଉଥିବା କଥା ଜଣାପଡିଛି । ପେସାରେ ବ୍ୟବସାୟୀ ଥିବା ଷ୍ଟିବ୍ ବଲସ୍ (୫୩) ଙ୍କୁ କରୋନା ଭାଇରସ୍ ହୋଇଛି କିନ୍ତୁ ଅଜାଣତରେ ସେ ସ୍ୱାଧୀନ ଭାବରେ ବୁଲାବୁଲି କରି ଏହି ଭାଇରସ୍ କୁ ଅଧିକ ବ୍ୟାପିବାରେ ସାହାଯ୍ୟ କରିଛନ୍ତି । ଏବେ ତାଙ୍କୁ କରୋନଟାଇନ୍ ସେଣ୍ଟରରେ ଚିକିତ୍ସା କରାଯାଉଛି । କିନ୍ତୁ ଦୁଃଖର ବିଷୟ ସେ ଏବେ ପର୍ଯ୍ୟନ୍ତ ଅନେକ ଦେଶକୁ ଯାଇ ସେଠାରେ କରୋନା ଭାଇରସ୍ ବ୍ୟାପିବାରେ ସାହାଯ୍ୟ କରିଛନ୍ତି ।

ସେ ଜାନୁଆରୀ ମାସରେ ବ୍ରିଟେନ୍ ର ଗେସ୍ ଏନାଲିଟିକ୍ସ ଫର୍ମ ସର୍ବୋମେକ୍ସର ସେଲ୍ କନଫ୍ରେନ୍ସକୁ ଯାଇ ସେଠାରୁ ଭାଇରସ୍ ରେ ସଂକ୍ରମିତ ହୋଇ ଆସିଥିଲେ । ପ୍ରଥମେ ଉକ୍ତ କନଫ୍ରେନ୍ସରେ ସାମିଲ୍ ହୋଇଥିବା ଚୀନ୍ ସଦସ୍ୟଙ୍କୁ ଏହି ଭାଇରସ୍ ସଂକ୍ରମଣ କରିଥିବା କଥା କୁହାଗଲା । କିନ୍ତୁ ସର୍ବୋମେକ୍ସର ରିପୋର୍ଟରେ ଏହି ସଦସ୍ୟଙ୍କ ଠାରେ ଭାଇରସ୍ ନଥିବା କଥା ଜଣାପଡିଥିଲା । ସର୍ବୋମେକ୍ସ ପକ୍ଷରୁ ‘ସୁପର୍ ସ୍ପ୍ରେଡର’ ନାମରେ ପ୍ରସିଦ୍ଧ ହୋଇଥିବା ଷ୍ଟିବ୍ ବଲସ୍ ଙ୍କ ଫଟୋ ଜାରି କରିଛି । ସେ ଦକ୍ଷିଣ କୋରିଆ ଠୁ ଆରମ୍ଭ କରି ସ୍ପେନ୍ ପର୍ଯ୍ୟନ୍ତ କରୋନା ଭୁତାଣୁକୁ ସଂକ୍ରମଣ କରାଇଥିଲେ ।