ଖେଳୁଆଡ ମନୋଭାବ ଭୁଲିଗଲେ କି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସମାଲୋଚନା ପରେ ରଖିଲେ ସ୍ପଷ୍ଟୀକରଣ । କହିଲେ, ଗେମକୁ ବୁଝିବା ପାଇଁ ସବୁବେଳେ କରନ୍ତି ଏମିତି ।

208

କନକ ବ୍ୟୁରୋ : ଅଷ୍ଟ୍ରେଲିଆ କ୍ରିକେଟ ଟିମର ବେଷ୍ଟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ଖେଳ ମନୋଭାବକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରନ ମେସିନ ଭାବେ ପରିଚିତ ସ୍ମିଥ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ଋଷଭ ପନ୍ଥଙ୍କ ବ୍ୟାଟିଂ ଗାର୍ଡ ବା କ୍ରିଜରେ ଲଗାଯାଇଥିବା ମାର୍କକୁ ଜୋତା ସାହାଯ୍ୟରେ ବାରମ୍ବାର ଘସୁଥିବାର ନଜର ଆସିଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ ସମାଲୋଚନା କରାଯାଇଥିଲା ।

ଏବେ ଏହି ପ୍ରସଙ୍ଗରେ ଷ୍ଟିଭ ସ୍ମିଥ ସଫେଇ ରଖିଛନ୍ତି । ଡର୍ଟି ଗେମ ପରି ଅଭିଯୋଗକୁ ନେଇ ସେ ନିରାଶ ହେବା ସହ ସଫେଇ ରଖି କହିଛନ୍ତି ଯେ, ତାଙ୍କର ଟିମର ବୋଲର କେଉଁ ସ୍ଥାନରେ ବୋଲିଂ କରୁଥିଲେ ସେ କେବଳ ସେଇଟା ଦେଖିବା ପାଇଁ ଚାହୁଁଥିଲେ । ଏବଂ ସେଠାରେ କିଛି ଜିନିଷ ବୁଝିବାକୁ ଚେଷ୍ଟା କରିବା ସହ ବୋଲର କେମିତି ବୋଲିଂ କରୁଛି ଓ ବ୍ୟାଟ୍ସମ୍ୟନେ କିପରି ଏହାର ସାମ୍ନା କରୁଛି ତାହା ବୁଝିବା ପାଇଁ ସେ ସବୁବେଳେ ଏମିତି କରନ୍ତି ବୋଲି କହିଛନ୍ତି ଷ୍ଟିଭ ସ୍ମିଥ ।

ସିଡନୀ ଟେଷ୍ଟର ଶେଷ ଦିନରେ ଡ୍ରିଙ୍କସ ବ୍ରେକ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଷ୍ଟିଭ ସ୍ମିଥ ବ୍ୟାଟିଂ ଗାର୍ଡକୁ ଜୋତାରେ ବାରମ୍ବାର ଘସୁଥିବାର ଦେଖିବାକୁ ମିଳିଛି ।