ଭାରତୀୟଙ୍କ ଠାରୁ କାହିଁକି ଜାପାନୀ ଲୋକଙ୍କ ଆୟୁଷ ଅଧିକ? ଜାପାନରେ ଲୋକେ ସୁସ୍ଥ ରହିବାର ରାଜ କଣ ? ଜାଣନ୍ତୁ କେତୋଟି ଆଶ୍ଚର୍ଯ୍ୟ…

443

ଭାରତୀୟ ଲୋକଙ୍କଠାରୁ ଜାପାନର ଲୋକଙ୍କ ଆୟୁଷ ଅଧିକ । ଜାପାନରେ ଜଣେ ଲୋକର ଆୟୁଷ ପ୍ରାୟ ୮୬ ବର୍ଷ ହୋଇଥିବା ବେଳେ ଭାରତରେ ଲୋକଙ୍କ ଆୟୁଷ ୬୯ ବର୍ଷ ରହୁଥିବା ଏକ ରିସର୍ଚ୍ଚରୁ ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜାପାନ ଲୋକଙ୍କ ତୁଳନାରେ ଭାରତୀୟଙ୍କ ଆୟୁଷ କମ୍ କାହିଁକି? ପ୍ରକୃତରେ ଏହା ପଛରେ ଜାପାନ ଲୋକଙ୍କ ଲାଇଫଷ୍ଟାଇଲ୍ ବଡ ଭୂମୀକା ଗ୍ରହଣ କରେ । ଏଠାରେ ଆପଣ ଭାବୁଥିବେ, ଆମେବିତ ଠିକ୍ ସମୟରେ ଖାଉଛୁ… ଠିକ୍ ସମୟରେ ଶୋଉଛୁ… ନିୟମିତ ବାୟାମ୍ କରୁଛୁ । ତେବେ ଭାରତୀୟଙ୍କ ଠାରୁ ଜାପାନ ଲୋକଙ୍କ ଜୀବନଶୈଳୀରେ କଣ ଭିନ୍ନ ରହିଛି? ଆସନ୍ତୁ ଜାଣିବା ପ୍ରକୃତ ଘଟଣା…

ଭୋକ ଠାରୁ କମ୍ ଖାଦ୍ୟ…
ଜାପାନରେ ଲୋକେ ସୁସ୍ଥ ରହିବାର ରାଜ୍ ହେଉଛି, ଏଠାରେ ଲୋକେ କେବେବି ପେଟ ଫୁଲ କରି ଖାଦ୍ୟ ଖାଇନଥାନ୍ତି । ସେଠାକାର ଲୋକେ ଅଧାପେଟ ଅର୍ଥାତ୍ ୮୦ ପ୍ରତିଶତ ପେଟ ଫୁଲ କରିଥାନ୍ତି । ଯାହା ଫଳରେ ପେଟ ଭାରି ହୋଇନଥାଏ… କିନ୍ତୁ ଭାରତୀୟଙ୍କ କ୍ଷେତ୍ର ଏପରି ହୋଇନଥାଏ । ଭୋକ ହେଲେ ଭାରତୀୟ ଲୋକେ ପେଟ ଫୁଲ କରି ଖାଇ ଥାନ୍ତି ।
ସଫା ରହିବା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବା :
ଜାପାନର ହେଲ୍ଥ କେୟାର ସିଷ୍ଟମ ବହୁତ ଅତ୍ୟାଧୁନିକ । ସେଠାରେ ନିୟମିତ ସବୁପ୍ରକାର ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ଏବଂ ସ୍ୱାସ୍ଥ ସମ୍ପର୍କିତ କାର୍ଯ୍ୟକ୍ରମ କରାଯାଏ । ଯେପରିକି କେତେ ମାତ୍ରାରେ ଲୁଣ ଖାଇବା ଆବଶ୍ୟକ, ନିୟମିତ ପାଣି ପିଇବା, ଟିବିର ମାଗଣା ଉପଚାର ଇତ୍ୟାଦି ଉପରେ ଲୋକଙ୍କୁ ସଚେତନ କରାଯାଇଥାଏ । ଏହା ସହିତ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଏ । ସବୁଠୁ ବଡ କଥା ହେଲା ସମସ୍ତ ଜିନିଷ ଏବଂ ଘର ଦ୍ୱାର ସଫା ସୁତୁରା ରଖିବା ଏଠାକାର ଲୋକଙ୍କ ନିତିଦିନିଆ କାମ ବୋଲି ସେମାନେ ମାନି ନେଇଛନ୍ତି ।
ଖାଇବାର ଶୈଳୀ :
ଜାପାନର ଲୋକେ ଏକ ଛୋଟ ପ୍ଲେଟରେ ଖାଇବା ନେଇଥାନ୍ତି । ଆଉ ଏହାକୁ ଧିରେ ଧିରେ ଖାଇଥାନ୍ତି । ଏମାନେ ଖାଇବା ସମୟରେ ଟିଭି ଦେଖିବା କିମ୍ବା ମୋବାଇଲ ବ୍ୟବହାର କରିବା ପସନ୍ଦ କରନ୍ତି ନାହିଁ । ଖାଇବାରେ ହିଁ ପୂରା ଧ୍ୟାନ ଦେଇଥାନ୍ତି । ଏମାନେ ତଳେ ବସି ଖାଇଥାନ୍ତି, ଯେଉଁଥିପାଇଁ ଖାଇବା ପ୍ରକ୍ରିୟା ଧିମା ହୋଇଥାଏ ।
ଚା’ ପିଇବାର ପରମ୍ପରା :
ଜାପାନର ଲୋକେ ଚା’ ପିଇବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଏମାନଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରୀନ୍-ଟି ପୋଷକ ତତ୍ୱ ଏବଂ ଆଣ୍ଟି-ବାୟୋଟିକ୍ସରେ ଭରପୁର ଥାଏ । ଏହି ଚା ଏନର୍ଜି ଲେବେଲ୍ ଏବଂ ଇମ୍ୟୁନିଟି ସିଷ୍ଟମକୁ ବଢାଇଥାଏ । କେବଳ ଏତିକି ନୁହେଁ ପାଚନ ପ୍ରକ୍ରିୟାକୁ ଠିକ୍ ରଖିଥାଏ ଏବଂ କ୍ୟାନ୍ସର ଭଳି ଭୟଙ୍କର ରୋଗଠାରୁ ବଞ୍ଚାଇଥାଏ । ଏହି ଚା’ ବୁଢାପା ଭଳି ଲକ୍ଷଣକୁ ବି ଦୂର କରିଥାଏ ।
ଅଧିକ ଚାଲିବା :
ଜାପାନର ଲୋକଙ୍କୁ ଅଧିକ ବସି ରହିବା ପସନ୍ଦ ନୁହେଁ । ଯୁବକଙ୍କଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଚାଲିବାକୁ ପସନ୍ଦ କରିଥାନ୍ତି । କଲେଜ୍ ହେଉକି ଅଫିସ୍ ଅଧିକତମ ଲୋକେ ଚାଲିକି ଯିବା ଆସିବା କରିଥାନ୍ତି । ଏପରିକି ଲୋକେ ଟ୍ରେନରେ ଯାତ୍ରା ସମୟରେ ବି ଛିଡା ହୋଇ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି ।
ତେବେ ଜାପାନ ଲୋକଙ୍କ ଲାଇଫ୍ଷ୍ଟାଇଲ ହିଁ ତାଙ୍କର ଆୟୁଷ ବଢାଇବାର ରାଜ୍ ବୋଲି କୁହାଯାଇ ପାରିବ ।