କନକ ବ୍ୟୁରୋ: ବରଗଡ଼ରେ ନକଲି ବିହନ ବିକ୍ରି ଘଟଣାରେ କାର୍ୟ୍ୟାନୁଷ୍ଠାନ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇଛି ଜିଲ୍ଲା କୃଷି ବିଭାଗ । ଅଭିଯୋଗ ହେବା ପରେ ୪ ଜଣଙ୍କ ଲାଇସେନ୍ସ ବାତିଲ ହୋଥିବା ବେଳେ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଇଣ୍ଡିଆନ ସିଡସ୍ କର୍ପୋରେସନ, ଉମାଶଙ୍କର ଶୁକ୍ଳା, ଇଣ୍ଡିଆନ ସିଡ୍ସ ସେଣ୍ଟର, ବଂଶଲ ଟ୍ରେଡର୍ସ, ହରିଓଁ ଟ୍ରେଡର୍ସ, ମେହେର ପେସଟିସାଇଡ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

Advertisment

ନକଲି ବିହନ ନେଇ ଅଭିଯୋଗ ହେବା ପରେ କୃଷି ବିଭାଗର ନୋଡାଲ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ୟବସାୟୀଙ୍କଠାରୁ ପ୍ରଚୁର ପରିମାଣର ନକଲି ବିହନ ଜବତ ହୋଇଥିଲା । ନୋଡାଲ ଅଧିକାରୀ କାର୍ୟ୍ୟାନୁଷ୍ଠାନ ପରେ ନିର୍ଦ୍ଦେଶ ଦେବା ପରେ ଏବେ ୪ ଜଣ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ ସହ ୨ ଜଣଙ୍କୁ ନିଲମ୍ବିତ କରିଛି ଜିଲ୍ଲା କୃଷି ବିଭାଗ । ସେପଟେ କାର୍ୟ୍ୟାନୁଷ୍ଠାନ ପରେ ମଧ୍ୟ ବେପାରୀ ମାନେ ପଡୋଶୀ ରାଜ୍ୟରୁ ନକଲି ବିହନ ଆଣି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଆଉ କୃଷି ବିଭାଗ ଏହି ବେପାରୀମାନଙ୍କୁ ସୁରକ୍ଷା ଦେଉଥିବା କହିଛନ୍ତି ଚାଷୀ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଜିଲ୍ଲାରେ ଚଢ଼ାଉ କରିବାକୁ ଦାବି କରିଛନ୍ତି କୃଷକ ସଂଗଠନର ନେତା ।