୨୦୩୦ ସୁଦ୍ଧା ଓଡ଼ିଶାରେ ୧୦୦ ମିଲିୟନ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ର ଇସ୍ପାତ ସଚିବ ।

160

କନକ ବ୍ୟୁରୋ : ୨୦୩୦ ସୁଦ୍ଧା ଓଡିଶା ୧୦୦ ମିଲିୟନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ କରିବ । ସେଥିପାଇଁ ଷ୍ଟିଲ ହବ୍, ଭିତିଭୂମି ଓ ଷ୍ଟିଲ କ୍ଳଷ୍ଟରର ଉନ୍ନତି କରିବା ଲକ୍ଷ୍ୟ । ଏଥିପାଇଁ କଣ ପଦକ୍ଷେପ ନିଆଯିବ ଏବଂ କେମିତି କରାଯିବ ସେନେଇ ଆଜି ସଚିବାଳୟରେ କେନ୍ଦ୍ର ଇସ୍ପାତ ସଚିବ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ।

ଉନ୍ନୟନ କମିଶନର ଅସିତ ତ୍ରିପାଠୀ କହିଛନ୍ତି, ରାଜ୍ୟର ଖଣିଜ ଉତ୍ପାଦନ ୩୩ ମିଲିୟନ ଟନ୍ । ଏହାକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ । କେନ୍ଦ୍ର ସରକାର ଏହାକୁ ଶହେ ମିଲିୟନ୍ ଟନରେ ପହଁଚାଇବା ଲକ୍ଷ୍ୟ ରଖିଛନ୍ତି । ତେବେ ସେଥିପାଇଁ ରେଳପଥ, ସ୍ଥଳପଥ, ଓ ଜଳପଥର ଉନ୍ନତି କରଣ ଆବଶ୍ୟକ । ଯାହା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି ।

କେନ୍ଦ୍ର ଶିଳ୍ପ ସଚିବ ଆଶ୍ୱସନା ଦେଇଛନ୍ତି ଏନେଇ କେନ୍ଦ୍ରକୁ ଜଣାଇବେ । ଏଥିସହ ବିଜୁ ପଟ୍ଟନାୟକ ଷ୍ଟିଲ ଇନଷ୍ଟିଚ୍ୟୁଟକୁ ବିଶ୍ୱବିଦ୍ୟାଳୟ କରିବାକୁ ଦାବି ଜଣାଇଛନ୍ତି ରାଜ୍ୟ ସରକାର । ସଚିବାଳୟରେ ଆଲୋଚନା ପରେ କେନ୍ଦ୍ର ଶିଳ୍ପ ସଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଏ ବାବଦରେ ଆଲୋଚନା କରିଛନ୍ତି ।