କନକ ବ୍ୟୁରୋ : କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଖୁସିଖବର । ବିକାଶପଥରେ ଆଉ ପାଦେ ଆଗେଇବ କେନ୍ଦ୍ରାପଡା । କାରଣ କେନ୍ଦ୍ରାପଡାରେ ହେବ ବୃହତ ଷ୍ଟିଲ ପ୍ଲାଣ୍ଟ । ଆର୍ସେଲର ମିତ୍ତଲ କରିବ କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ । ଏନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ କମ୍ପାନି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଅନୁସାରେ କେନ୍ଦ୍ରାପଡାରେ ବାର୍ଷିକ ୧୨ମିଲିୟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏକ ଷ୍ଟିଲ କାରଖାନା ପ୍ରତଷ୍ଠା କରିବ ଆର୍ସେଲର ମିତ୍ତଲର ନିପନ ଷ୍ଟିଲ । ଏଥିପାଇଁ ୫୦ହଜାର କୋଟି ଟଙ୍କା ନିବେଶ କରାଯିବ । ଆଜି ଲୋକସେବା ଭବନରେ ଏହି ଏମଓୟୁ ସ୍ୱାକ୍ଷର ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତଲର ଏଲଏନ ମିତ୍ତଲ ।