କନକ ବ୍ୟୁରୋ: ପୁଲିସ ପଞ୍ଝାରେ ହାଇପ୍ରୋଫାଇଲ ଚୋର । ପୁଲିସ ଚଢାଉ କରି ତା ଠାରୁ ୧୫ ଭରି ସୁନା ଓ ୫୦୦ଗ୍ରାମ ରୂପା ଗହଣାରୁ ନେଇ ହୀରା, ପ୍ଲାଟିନମ୍ ସମେତ ୬ଟି ଲାପଟପ୍ , ୫ଟି ମୋବାଇଲ ଫୋନ୍ , ୩ଟି ଦାମୀ କ୍ୟାମେରା, ଟିଭି ଓ ଅନ୍ୟାନ ଜିନିଷ ସବୁ ଜବତ କରିଛି । ସେହିଭଳି ୧୫ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସମାଗ୍ରୀ ସବୁ ଜବତ ହୋଇଛି । ଅଭିଯୁକ୍ତ ଜଣକ ନାଁ ହେଉଛି ଚିତରଞ୍ଜନ । ଚିତ ଦୁଇ ବର୍ଷ ହେଲା ରାଉରକେଲାର ଏକ ଭଡା ଘରେ ରହିଆସୁଥିବା ବେଳେ ଏକ ଠିକାସଂସ୍ଥାରେ କାମ କରୁଥିଲା । ଆଉ ତାଙ୍କର ଦରମା ଥିଲା ୧୦ ହଜାର ଟଙ୍କା । ହେଲେ ସେ ଘର ଭଡା ଦେଉଥିଲେ ୭ ହଜାର ଟଙ୍କା । ସବୁଠୁ ବଡ଼ କଥା ହେଲା ସେ ନିୟମିତ ଭାବେ ବିଭିନ୍ନ ସ୍ଥାନରୁ ଲୁଟ କରୁଥିଲେ । ଆଉ ଲୁଟପାଟ କରୁଥିବା ସବୁ ଜିନିଷ ରାଉରକେଲାରେ ଥିବା ତାଙ୍କର ସେହି ଭଡା ଘରେ ରଖୁଥିଲେ । ଚିତ୍ତ ଯେତେବେଳ ବି ଲୁଟ କରୁଥିଲେ ସବୁ ଦାମୀ ଜିନିଷ ମାନ ଲୁଟି ନେଉଥିଲେ । ଆଉ ସବୁ ଜିନିଷ ସେହି ଘରେ ଲୁଚାଇ ରଖିଥିଲେ । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଚଢାଉ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ପୂର୍ବରୁ ତାଙ୍କ ନାଁରେ ସେକ୍ଟର -୩ଥାନାରେ ୭ଟି ଓ ସେକ୍ଟର-୭ ଥାନାରେ ୨ଟି ମାମଲା ରହିଥିବା କହିଛି ପୁଲିସ ।
ପୁଲିସ ପଞ୍ଝାରେ ଇସ୍ପାତ ନଗରୀର ହାଇପ୍ରୋଫାଇଲ ଚୋର । ଦରମା ୧୦ ହଜାରକୁ ଘର ଭଡା ଦେଉଥିଲା ୭ହଜାର ।
/kanak/media/post_attachments/wp-content/uploads/2022/10/sfdew.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)