ଚୋର ନେଇଗଲେ ଶୌଚାଳୟ ! ଗୋଟିଏ କିମ୍ବା ଦୁଇଟି ନୁହଁ ଏକାଥରକେ ୧୦ ଟି ଶୌଚାଳୟ ଚୋରିକଲେ ଦୁବୃତ୍ତ ।

Advertisment
ଚୋର ନେଇଗଲେ ଶୌଚାଳୟ ! ଗୋଟିଏ କିମ୍ବା ଦୁଇଟି ନୁହଁ ଏକାଥରକେ ୧୦ ଟି ଶୌଚାଳୟ ଚୋରିକଲେ ଦୁବୃତ୍ତ ।

source : mechwat - WordPress.com

ଯଦି ଆପଣଙ୍କୁ କେହି କହେ ଦିନଦ୍ୱିପ୍ରହରରେ ଚୋର ଘରେ ପଶି କିଛି ମୂଲ୍ୟବାନ ଜିନିଷ ଚୋରୀ କରି ନେଲା ଏହା ଶୁଣି ଆପଣ ବିଶ୍ୱାସ କରି ପାରିବେ କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଚୋର ବାରିପଛ ପଟୁ ପାଇଖାନା ଚୋରି କରି ନେଇଗଲା ତାହେଲେ ଆପଣ କିଛି ସମୟ ପାଇଁ ହସିବେ ଏବଂ ଏହା ଏକ ଅବାସ୍ତବ କଥା କହିବେ । କିନ୍ତୁ ଅବାସ୍ତବ ନୁହଁ ଆଜ୍ଞା ବାସ୍ତବରେ ଏଭଳି ଏକ ଘଟଣା ଘଟିଛି । ରୋଚକର କଥା ହେଉଛି ଗୋଟିଏ କିମ୍ବା ଦୁଇଟି ନୁହଁ ଏକାଥରେ ୧୦ ଟି ପାଇଖାନାକୁ ଚୋରମାନେ ଚୋରି କରିବାରେ ସଫଳ ହୋଇଛନ୍ତି । publive-imageଘଟଣାଟି ହେଉଛି ପୁଣେର । ଏଠାରେ ଦଳେ ଚୋର ୧୦ଟି ମୋବାଇଲ ଶୌଚାଳୟକୁ ଚୋରାଇ ନେବାରେ ସଫଳ ହୋଇଛନ୍ତି ଏବଂ ଏହି ଘଟଣା କାହା ଆଖି ଆଗକୁ ଆସିନାହିଁ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟାଜିତ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନରେ ପୁଣେର ହିନଜବାଦଠାରେ ୧୦ ଟି ମୋବାଇଲ ଶୌଚାଳୟ ସ୍ଥାପିତ କରାଯାଇଥିଲା । କିନ୍ତୁ ଚୋରଙ୍କ ଦୌରାତ୍ମ୍ୟ ଏତେ ବଢିଗଲା ଯେ କିଛି ନପାଇ ଏହି ଶୌଚାଳୟକୁ ଚୋରାଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ପୋଲିସ୍ ଏବେ ଏହି ଶୌଚାଳୟ ଚୋରମାନଙ୍କୁ ଖୋଜିବାରେ ଲାଗିପଡିଛନ୍ତି । ଏହି ମାମଲା ସେତେବେଳେ ସାମ୍ମାକୁ ଆସିଲା ଯେତେବେଳେ ପିସିଏମସି ସ୍ୱାସ୍ଥ୍ୟ ବିଭାଗର ଯୋଗେସ୍ ବବନ୍ ଏହି ଶୌଚାଳୟ ଅବସ୍ଥା ଦେଖିବାକୁ ଆସିଥିଲେ କିନ୍ତୁ ଉକ୍ତ ସ୍ଥାନରେ ଶୌଚାଳୟ ପାଇନଥିଲେ । ଏହି ଅଞ୍ଚଳ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ଆସୁଥିବାରୁ ଏଠାରେ ୧.୫ ଲକ୍ଷ ଅନୁଦାନରେ ଦଶଟି ଶୌଚାଳୟ ପ୍ରସ୍ତୁତ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ କହିବାନୁସାରେ ୬ ମାସ ପୂର୍ବରୁ ଏହି ଶୌଚାଳୟକୁ ସ୍ଥାପିତ କରାଯାଇଥିଲା । କିନ୍ତୁ ଏହା ପୋର୍ଟେବଲ୍ ଶୌଚାଳୟ ହୋଇଥିବାରୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାର ସୁବିଧା ଏଥିରେ ଥିଲା ଏବଂ ଏହାର ସୁଯୋଗ ନେବାକୁ ଚୋରମାନେ ତିଳେମାତ୍ର ବିଳମ୍ବ କଲେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe