ମୁକୁଲ ରାୟଙ୍କ ଟିଏମସି ପ୍ରତ୍ୟାବର୍ତ୍ତନ ପରେ ଦିଲ୍ଲୀପ ଘୋଷଙ୍କ ବୟାନ । “କଟମନୀ ପାର୍ଟିରୁ ଆସିଥିବା ନେତା ବିଜେପିରେ ରହିବା ମୁସ୍କିଲ”

939

କନକ ବ୍ୟୁରୋ : ବିଜେପି ଛାଡି ଟିଏମସିରେ ମୁକୁଲ ରାୟ ଯୋଗଦେବା ପରେ ଶନିବାର ଦିନ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଦିଲ୍ଲୀପ ଘୋଷ କହିଛନ୍ତି କି କଟମନୀ ଭଳି ପରମ୍ପରା ଚାଲିଥିବା ଦଳରୁ କେହି ଆସି ବିଜେପିରେ ରହିପାରିବେ ନାହିଁ । ଏହାସହ ସେ କହିଛନ୍ତି କି ମୁକୁଲ ରାୟ ବିଜେପି ଛାଡିଲା ପରେ ଦଳରେ କିଛି ଫରକ ପଡିବ ନାହିଁ । ଘୋଷ ମୁକୁଲ ରାୟଙ୍କୁ ଆୟା ରାମ, ଗୟା ରାମ କହିବା ସହ ଏଭଳି ଲୋକକ ଦଳ ଛାଡିବା ତାଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମୁକୁଲ ରାୟଙ୍କୁ ନେଇ ସେହି ଦିଲ୍ଲୀପ ଘୋଷ କହିଛନ୍ତି କି, ମୁକୁଲ ଜଣେ ଅନୁଭବି ନେତା, ସେ ଯାହା କରିଛନ୍ତି ଏକ ଉଚିତ ଯୋଜନାରେ କରିଥିବେ । ସେ ଯିବା ଦ୍ୱାରା ପଶ୍ଚିମବଙ୍ଗ ବିଜେପିରେ କିଛି ଫରକ ପଡିବ ନାହିଁ । ଦୈନିକ ହଜାର ହଜାର ଲୋକ ବିଜେପିରେ ଯୋଗ ଦେଉଛନ୍ତି , ସେହିଭଳି କେହି ଜଣେ ଦଳ ଛାଡିଦେଲେ ତା ପାଇଁ ଚିନ୍ତା କରିବାର କିଛି କାରଣ ନାହିଁ ।

ପାର୍ଟିକୁ ପୁରୁଣା କାର୍ଯ୍ୟକର୍ତ୍ତାମାନେ ତିଆରି କରିଛନ୍ତି । ଯେଉଁମାନେ ପାର୍ଟି ପାଇଁ ପ୍ରତିବଦ୍ଧ ସେହିମାନେ ହିଁ ପାର୍ଟି ସହିତ ରହିପାରିବେ ।