ଗତ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ସ୍ଥଗିତ କରାଯାଇଛି । ବିଏସ୍‌ଇ ର ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ବିଭିନ୍ନ ମହଲରୁ ହୋଇଥିଲା ସମାଲୋଚନା ।

254

କନକ ବ୍ୟୁରୋ : ପାଖା ପାଖି ୮ ମାସ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ୍ ରହିଛି । ସରକାର କେତେବେଳେ ସ୍କୁଲ ଖୋଲିବାକୁ କହୁଛନ୍ତି ତ ପୁଣି କେତେବେଳେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବାକୁ କହୁଛନ୍ତି । ଏଭଳି ସ୍ଥଳେ ୮ ମାସ ହୋଇଗଲା ଛାତ୍ର ଛାତ୍ରୀ ମାନେ ନା ସ୍କୁଲ ନା କୋଚିଂ କେଉଁଠି ବି ପାଠ ପଢିବାର ସୁଯୋଗ ମିଳୁନାହିଁ । ହେଲେ ସ୍ଥିତି ଏଭଳି ଥିବା ବେଳେ ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ଚଳିତ ମାସ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ଅଚାନକ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ । ଏହାପରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏହି ବିଜ୍ଞପ୍ତିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ ।
ଏଭଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ପ୍ରଥମେ ପ୍ରଶ୍ନ ଉଠାଇଥିଲା ଓଷ୍ଟା । ଓଷ୍ଟା ଅଭିଯୋଗ କରିଥିଲା କି ଚଳିତବର୍ଷ ମୋଟ ପାଠ୍ୟକ୍ରମରୁ କିଛି ବି ପଢାଯାଇ ନାହିଁ । ଅନ୍ୟପଟେ ସରକାର ଏବେ ବି ସ୍କୁଲ ଖୋଲିବା ନେଇ କିଛି ସ୍ପଷ୍ଟ କରୁ ନାହାନ୍ତି । ପିଲା ମାନଙ୍କର ପ୍ରିଟେଷ୍ଟ ପରୀକ୍ଷା ବି କରାଯାଇ ନାହିଁ । ସରକାର କିଭଳି ଭାବେ ଫର୍ମ ପୂରଣ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।