କନକ ବ୍ୟୁରୋ: ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତଙ୍କୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଦେଇଛନ୍ତି ବଡ ତଥ୍ୟ । ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ଆସିଥିବା ବ୍ୟକ୍ତି ଜଣକ କର କ୍ଲିନିକ୍ ବ୍ୟତୀତ ବିଧାନସଭା ଡିସପେନ୍ସରୀକୁ ମଧ୍ୟ ଆସିଥିଲେ । ସୁବ୍ରତ ବାଗଚୀଙ୍କ ସୂଚନା ଅନୁସାରେ, ସଂପୃକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୧୬ ତାରିଖରେ ଓଡିଶା ବିଧାନସଭାର ଡିସପେନସେରୀକୁ ଆସିଥିଲେ । ଏହାପରେ ସେ ୨୧ ତାରିଖରେ ଭୁବନେଶ୍ୱର ସ୍ଥିତ କର କ୍ଲିନିକର ଓପିଡିକୁ ଆସିଥିଲେ ଏବଂ ୨୩ ତାରିଖରେ ତାଙ୍କୁ ନିମୋନିଆ ପାଇଁ କର କ୍ଲିନିକରେ ଆଡମିଟ୍ କରାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ୨୪ ତାରିଖ ଦିନ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ୨୫ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ତେବେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ୨୫ ତାରିଖ ଦିନ ଆଡମିଟ କରାଯିବା ପରେ ପରୀକ୍ଷା ପାଇଁ ତାଙ୍କର ନମୂନା ପଠାଯାଇଥିଲା । ଏବଂ ଗତକାଲି ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିବା ନେଇ ବାଗଚୀ ସୂଚନା ଦେଇଛନ୍ତି ।

Advertisment

publive-imageତେବେ ତୃତୀୟ କରୋନା ଆକ୍ରାନ୍ତଙ୍କ ସମସ୍ତ କଂଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସଂପୃକ୍ତ ବ୍ୟକ୍ତି ଜଣକ କାହା କାହାକୁ ଭେଟିଛନ୍ତି, ସେ ସଂପର୍କରେ ମଧ୍ୟ ତନାଘନା ଜାରି ରହିଥିବା ନେଇ ବାଗଚୀ କହିଛନ୍ତି । ଏହା ସହ ସଂପୃକ୍ତ ବ୍ୟକ୍ତିଙ୍କ ଝିଅ, ପତ୍ନୀ ଏବଂ ଡ୍ରାଇଭରଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି । ତେଣୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ପୁଣି ଏକ ସ୍ୱତନ୍ତ୍ର ଗାଇଡଲାଇନ ରାଜ୍ୟର ସମସ୍ତ ଘରୋଇ ମେଡିକାଲ, କ୍ଲିନିକ୍ ଏବଂ ଡାକ୍ତରମାନଙ୍କ ନିକଟକୁ ପଠାଯିବ, ଯେଉଁଥିରେ କରୋନା ମୁକାବିଲା ପାଇଁ କି ପ୍ରକାରର ପଦକ୍ଷେପ ନିଆଯିବ ସେ ସଂପର୍କରେ ଏହି ଗାଇଡଲାଇନରେ ସୂଚିତ କରାଯିବ ।

publive-image

୧୦ ତାରିଖରେ ଇଣ୍ଡିଗୋ ଫ୍ଲାଇଟ ଯାହା ଭୁବନେଶ୍ୱରରେ ସନ୍ଧ୍ୟା ୭ଟାରେ ଅବତରଣ କରିଥିଲା, କିମ୍ବା କର କ୍ଲିନିକ ଓ ବିଧାନସଭାର ଡିସପେନସରୀ ଭଳି ଜାଗାକୁ ଯାଇଥିବେ ତେବେ ସେମାନଙ୍କୁ ୧୪ ଦିନ ଧରି କ୍ୱାରେଂଟାଇନରେ ରହିବାକୁ ପରାମର୍ଶ ଦେବା ସହ ୧୦୪ ନମ୍ବରକୁ ଯୋଗଯୋଗ କରିବାକୁ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।